fbpx

ପୃଥ୍ୱୀ ଶଙ୍କୁ ଖେଳାଇବା ନେଇ ନିଶ୍ଚିତ କୋହଲି-ଶାସ୍ତ୍ରୀ: ଅନିଶ୍ଚିତ ଚୟନ କମିଟି

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ଏକ ନିଷ୍ପତ୍ତିକୁ ନେଇ ବିବାଦ ଉଠିଛି । ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଦଳ ଚୟନରେ ଉଭୟ ଖେଳାଳିଙ୍କ ହସ୍ତକ୍ଷେପକୁ ନେଇ ବିବାଦ ଦେଖାଦେଇଛି । ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ଶୁବମନ ଗିଲ୍ ଆହତ ହୋଇ ସମୁଦାୟ ସିରଜରୁ ବାଦ ପଡିଛନ୍ତି । ଭାରତୀୟ ଦଳରେ ରୋହିତ ଶର୍ମା ନିୟମିତ ଓପ୍ନର ଭାବରେ ରହିଥିବା ବେଳେ ଦ୍ୱିତୀୟ ଓପନିଂ ସ୍ଲଟ୍ ପାଇଁ ମୟଙ୍କ ଅଗ୍ରୱାଲ, କେ ଏଲ୍ ରାହୁଲ ଓ ରିଜର୍ଭ ଓପନର ଭାବରେ ଅଭିମନ୍ୟୁ ଇଶ୍ୱରନ୍ ରହିଛନ୍ତି ।

ତେବେ ଆହତ ହୋଇଥିବା ଗିଲଙ୍କ ସ୍ଥାନରେ ଅନ୍ୟତମ ଓପନର ପୃଥ୍ୱୀ ଶଙ୍କୁ ଦଳରେ ଦାବି କରିଛନ୍ତି ଉଭୟ କୋହଲି ଓ ଶାସ୍ତ୍ରୀ । ବିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ କୋଚ-ଅଧିନାୟକଙ୍କ ଏହି ଦାବି ଫଳରେ ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି । ତେବେ ଦଳରେ ୩ ଜଣ ଓପ୍ନର ରହିଥିବା ବେଳେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରାଯିବା ଦ୍ୱାରା ଖେଳାଳିଙ୍କ ମନୋବଳ ହ୍ରାସ ପାଇବ ବୋଲି କୁହାଯାଉଛି । ମୟଙ୍କ ୧୩ଟି ଟେଷ୍ଟରେ ଓପନର ଭାବରେ ଖେଳି ୪୮ ହାରରେ ୧୦୦୫ ଓ ରାହୁଲ୍ ୩୩ଟେଷ୍ଟରୁ ୩୭ ରନ୍ ହାରରେ ୧୯୧୫ ରନ୍ ସଂଗ୍ରହ କରିଛନ୍ତି । ଏପରି ସ୍ଥିତିରେ ଶ’ଙ୍କୁ ଦଳରେ ସାମିଲ କରିବା ଦାବି କେତେ ଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି । ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଦଳରେ ରିଜର୍ଭ ଖେଳାଳି ଭାବରେ ମଧ୍ୟ ଶ’ଙ୍କ ନାଁ ନଥିଲା । ଏପରିସ୍ଥଳେ ଜଣେ ଅନଫିଟ୍ ଖେଳାଳିଙ୍କୁ ଦଳରେ ସାମିଲ କରିବାର ଦାବିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.