fbpx

SCB ରେ ଲାଗିବ ୯ ECMO ମେସିନ୍: ଜାଣନ୍ତୁ ମୃତ୍ୟୁସଂଖ୍ୟାକୁ ନେଇ କ’ଣ କହିଲେ ACS

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ କଟକ ବଡ଼ ମେଡ଼ିକାଲ SCBରେ ୯ଟି ECMO ମେସିନ ଲାଗିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବା ACS ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ‘ଓଡ଼ିଶାକୁ ୯ଟି ECMO ଆସିବ, ଯାହାକି ଏସସିବି ମେଡିକାଲରେ ଲାଗିବ । ୯ରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଓ ଅନ୍ୟ ୩ଟି ସିଏମଆରରୁ କିଣାଯିବ । ଇକମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି । ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ । ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ ଓ ଅଗଷ୍ଟ ୧୫ରୁ ଇକମୋ କାର୍ଯ୍ୟକ୍ଷମ ହେବ ।’

ଏହା ସହ କୋଭିଡ଼ ମୃତ୍ୟୁ ସଂକୃାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛନ୍ତି ସ୍ୱାସ୍ଥ୍ୟ ACS । ସେ କହିଛନ୍ତି ଯେ, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର ନୁହେଁ । ଆଜି ଆସୁଥିବା ମୃତ୍ୟୁସଂଖ୍ୟା ଗତକାଲିର ଘଟଣା ନୁହେଁ । କୋଭିଡ଼ ମୃତ୍ୟୁ ୩ ଥାକିଆ ଅଡିଟ କମିଟି ଦ୍ୱାରା ସ୍ଥିର ହୋଇଥାଏ । ସଂପୃକ୍ତ ମେଡିକାଲ, ଜିଲ୍ଲା ଓ ରାଜ୍ୟ କମିଟି ଏହାର ଅଡିଟ କରିଥାଏ । ମେ’ ଓ ଜୁନ ମାସରେ ପ୍ରବଳ କେସ ଥିବାରୁ ଡାକ୍ତର ସମୟ ପାଇନଥିଲେ । ମେ’ ଓ ଜୁନରେ ଘଟିଥିବା ମୃତ୍ୟୁକୁ ସମୀକ୍ଷା କରାଯାଇ ଏବେ ସଂଖ୍ୟା ଆସୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.