fbpx

ପ୍ରମୋଦ କୁମାର ମଲ୍ଲିକ ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ସୂଚନା ସେବା ଅଧିକାରୀ ଡଃ ପ୍ରମୋଦ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି ।

ଏହା ପୂର୍ବରୁ ସେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ବିଭିନ୍ନ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ବିଭାଗୀୟ ଉପ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । ପଦୋନ୍ନତି ପାଇଁ ବିଭାଗ ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହ ତାଙ୍କୁ ଓଡ଼ିଶା ସୂଚନା ସେବା ସଂଘ ବିଭାଗୀୟ ଅଧିକାରୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.