fbpx

ପ୍ଲାଣ୍ଟ ଭିତରେ ସୁରକ୍ଷା କର୍ମୀଙ୍କ ଗୁଣ୍ଡାରାଜ;  ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା

ରାଉରକେଲା: କାରଖାନା ଭିତରେ ସୁରକ୍ଷା କର୍ମୀଙ୍କ ଗୁଣ୍ଡାରାଜ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ଏଲ ଆଣ୍ଡ୍ ଟି ର ସୁରକ୍ଷା କର୍ମୀଙ୍କ ଦ୍ୱାରା ଅତି ନିର୍ମମ ଭାବେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି  । ଯୁବକ ଜଣକ ଛାଡ଼ିଦେବାକୁ ନେହୁରା ହୋଇଥିଲେ ମଧ୍ୟ କିଛି ଶୁଣିନଥିଲେ ସୁରକ୍ଷା କର୍ମୀ ଆଉ ପିଟିଚାଲିଥିଲେ  ।

ସୂଚନା ଅନୁଯାୟୀ ରାଉରକେଲା ଇସ୍ପାତ କାରଖାନାରେ ଏଲ ଆଣ୍ଡ୍ ଟି କମ୍ପାନୀ ପ୍ଲାଣ୍ଟରେ ଆଧୁନିକୀକରଣ କାର୍ଯ୍ୟ କରୁଥିବାବେଳେ ଯୁବକ ଜଣକ ପ୍ଲାଣ୍ଟରେ ପଡ଼ିଥିବା ସ୍କ୍ରାପ୍ ଚୋରି କରିବାକୁ ପ୍ରବେଶ କରିଥିଲେ । କିନ୍ତୁ ଯୁବକ ଜଣକ ଏଲ ଆଣ୍ଡ ଟିର ସୁରକ୍ଷା କର୍ମୀଙ୍କ ହାବୁଡ଼ରେ ପଡିଯାଇଥିଲେ । ଆଉ ସୁରକ୍ଷା କର୍ମୀ ଏଥିପାଇଁ ତାଙ୍କୁ ନର୍ମମ ଭାବରେ ପିଟିଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ପ୍ରଶ୍ନ ଉଠିଛି ସ୍କ୍ରାପ ଚୋରି କରିବାର ଦଣ୍ଡ କଣ ହେଉଛି ମୃତ୍ୟୁ? ବର୍ତ୍ତମାନ ଦେଖିବା ବାକି ରହିଲା ଏହି କାଣ୍ଡ ଭିଆଇ ଥିବା ସୁରକ୍ଷା କର୍ମୀ ଙ୍କୁ କେବେ ଦଣ୍ଡ ମିଳିବ ।

Get real time updates directly on you device, subscribe now.