fbpx

ଘରର ଦେଖାଶୁଣା କରିବା ପାଇଁ ଦେଇଥିଲେ ଚାବି, ୫ କୋଟିର ମାଲ୍ ନେଇ ଫୁର୍ ହୋଇଗଲା ଚାକର

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ବଡ଼ଧରଣର ଲୁଟ୍ ଖବର ସାମନାକୁ ଆସିଛି । ଜେଲରେ ରହିଥିବା ଜଣେ ବ୍ୟକ୍ତି ନିଜ ଘରର ଦେଖାଶୁଣା କରିବା ପାଇଁ ଚାକରକୁ ଘରର ଚାବି ଦେଇଥିଲେ । ମାତ୍ର ଚାକରଟି ନିଜ ସହଯୋଗୀଙ୍କ ସହ ମିଶି ମାଲିକ ଘରୁ ସୁନା ଗହଣା ସହ ୫ କୋଟିର ସାମଗ୍ରୀ ହଡ଼ପ କରିଥିବା ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ୩୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଜଣାପଡ଼ିଛି ଯେ, ଦିଲ୍ଲୀର ତିହାର ଜେଲରେ ରହୁଥିବା ମାଲିକ ଜଣକ ନୋଏଡ଼ାର ଘରକୁ ଦେଖାଶୁଣା କରିବା ପାଇଁ ଚାକରକୁ ଚାବି ଦେଇଥିଲେ । ପୀୟୁଷ ବନ୍ଦୋପାଧ୍ୟାୟ ନାମକ ଜଣେ ବ୍ୟକ୍ତି ଏକ ଅପରାଧରେ ତିହାର ଜେଲରେ ସଜ୍ଜା କାଟୁଥିଲେ । ସେ ତାଙ୍କର ଡ୍ରାଇଭର ଗୟାଦୀନ ଉର୍ଫ ଗୋପାଳଙ୍କୁ ଘରର ଚାବି ଦେଇଥିଲେ । ଗୋପାଳ ନିଜ ସାଥୀଙ୍କ ସହ ପୀୟୁଷଙ୍କ ଘରୁ କାର, ସ୍କୁଟି, ସୁନାଗହଣା, ଜରୁରୀ କାଗଜ, ୨ ଫ୍ରିଜ, ୨ ଏଲଇଡି ଟିଭି, ସୋଫା, କାରପେଟ, ୱାସିଂ ମେସିନ, ଏସି ଏକ ଟ୍ରକରେ ଭର୍ତ୍ତି କରି ଫୁର୍ ମାରିଥିଲା । ଚୋରମାନେ ଘରର ଗୋଟିଏ ବି ଜିନିଷ ଛାଡ଼ିବାକୁ ଭୁଲିନଥିଲେ । ସମସ୍ତ ଚୋରି ସାମଗ୍ରୀର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ୧୦ ମାସ ମଧ୍ୟରେ ପୋଲିସ ମାତ୍ର ୩୦ ଲକ୍ଷ ଜବତ କରିବାକୁ ସକ୍ଷମ ହୋଇଥିବା ବେଳେ ଅବଶିଷ୍ଟ ୪.୫ ଲକ୍ଷ ଟଙ୍କା ବର୍ତ୍ତମାନ ସୁଦ୍ଧା ଜବତ ହୋଇପାରି ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.