fbpx

ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍‍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ ତାରିଖରୁ ରାସ୍ତାରେ ପୁଣି ଗଡ଼ିବ ‘ମୋ ବସ୍‍’ । କରୋନା କଟକଣା ଏବଂ ଲୋକ ମାନଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋହଳ କରିଛନ୍ତି। ଏଥିରେ ସମଗ୍ର ରାଜ୍ୟରେ ବସ୍‍ ପରିବହନ ପାଇଁ ଅନୁମତି ମିଳିଥିବାରୁ ପୁଣି ବସ୍‍ ସେବା ଆରମ୍ଭ କରିବାକୁ ‘ମୋ ବସ୍‍’ ପରିଚାଳନା ସଂସ୍ଥା କ୍ରୁଟ୍‍ ନିଷ୍ପତ୍ତି ନେଇଛି । ତେବେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ଏବଂ ଶନିବାର ଓ ରବିବାର କେବଳ ବିମାନ ଓ ରେଳଯାତ୍ରୀମାନଙ୍କ ପାଇଁ ବସ୍‍ ସେବା ମିଳିବ।

ସାପ୍ତାହିକ ସଟ୍‍ଡାଉନ୍‍ କାରଣରୁ ଭୁବନେଶ୍ୱରରେ ଶନିବାର ଓ ରବିବାର କେବଳ ଜରୁରୀକାଳୀନ ପରିସ୍ଥିତିରେ ମୋ ବସ ସେବା ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଶୁକ୍ରବାର ସନ୍ଧ୍ୟା ୫ ଟାରୁ ଭୁବନେଶ୍ୱରେ ଦୋକାନ ବଜାର ବନ୍ଦ ରହିବ। ତେବେ ଏହି ସମୟ ମଧ୍ୟରେ କ୍ରୁଟ୍‍ ପକ୍ଷରୁ ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାତ୍ରୀମାନଙ୍କ ପାଇଁ ସଟଲ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ୧୯ ତାରିଖରୁ କେତୋଟି ରୁଟ୍‍ରେ ବସ୍‍ ଗଡ଼଼ିବ ସେନେଇ କୌଣସି ସୂଚନା ଦିଆଯାଇନଥିବା ବେଳେ ଖୁବ୍‍ଶୀଘ୍ର ଏନେଇ ସୂଚନା ଦିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

 

Get real time updates directly on you device, subscribe now.