fbpx

କରୋନାର ଦ୍ଵିତୀୟ ଲହରରେ ମାଲାମାଲ ଏଲଆଇସି, ତିନି ମାସରେ ୧୦ ହଜାର କୋଟି ଟଙ୍କାର ରେକର୍ଡ ଆୟ

ନୂଆଦିଲ୍ଲୀ: ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରଇମାସରେ ଷ୍ଟକ୍ ମାର୍କେଟରୁ ୧୦,୦୦୦ କୋଟି ଟଙ୍କା ଲାଭ ପାଇଛି । କିଛି ବର୍ଷ ପୂର୍ବରୁ କିଣାଯାଇଥିବା ସେୟାର ବିକ୍ରୟ କରି ଏଲଆଇସି ଏହି ଲାଭ ହାସଲ କରିଛି । ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ, ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ବାୟୋକନ ଲିମିଟେଡ ଏବଂ ହିରୋ ମୋଟୋକର୍ପ ଲିମିଟେଡ ମଧ୍ୟ ସେହି କମ୍ପାନୀମାନଙ୍କ ମଧ୍ୟରେ ଅଛନ୍ତି ଯାହାର ସେୟାର ଜୁନ୍ ତ୍ରଇମାସରେ ସେୟାର ବିକ୍ରି କରି ଲାଭ ପାଇଛନ୍ତି ।

ସେହିପରି ଏକ ବର୍ଷ ପୂର୍ବେ ଏପ୍ରିଲ୍-ଜୁନ୍ ତ୍ରଇମାସରେ ଏଲଆଇସି ୭୦୦୦ କୋଟି ଟଙ୍କା ଲାଭ ପାଇଥିଲା । ସେହିପରି ଏପ୍ରିଲରୁ ଅକ୍ଟୋବର୍ ୨୦୨୦ ମଧ୍ୟରେ ଏଲଆଇସି ପୁଞ୍ଜି ବଜାରରେ ପାଖାପାଖି ୧୫୦୦୦ କୋଟି ଟଙ୍କା ମୁନାଫା କମାଇଥିଲା । ଚଳିତ ଆର୍ଥିକ ବର୍ଷ ୨୦୨୧ରେ ଏଲଆଇସି ସେୟାର୍ ବଜାରରେ ମୋଟ ୯୪ ହଜାର କୋଟି ଟଙ୍କା ଲଗାଇଥିଲା ।

ଏଲଆଇସି ଅଧିକାରୀଙ୍କ କହିବାନୁସାରେ, ମହାମାରୀର ଏହି କଠିନ ବର୍ଷର ପ୍ରଥମ ତ୍ରଇମାସରେ ଆମେ ପ୍ରାୟ ୨୦,୦୦୦ କୋଟି ସେୟାର ବିକ୍ରି କରି ୧୦,୦୦୦ କୋଟିରୁ ଅଧିକ ଲାଭ ପାଇଛୁ । ଏଲଆଇସି ଏହି ଲାଭ ସେତେବେଳେ ପାଇଛି ଯେଉଁ ସମୟରେ କୋଭିଡ୍ ଦ୍ୱିତୀୟ ଲହର ଏକଦମ୍ ପିକ୍ ରେ ରହିଥିଲା ଏବଂ ପ୍ରତିଦିନ ୪ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଥିଲେ । ମହାମାରୀର ଏହି ଅବଧିରେ ମଧ୍ୟ ଷ୍ଟକ୍ ମାର୍କେଟରେ ୬ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ଘଟିଛି।

Get real time updates directly on you device, subscribe now.