fbpx

ବାଜପେୟୀ ତ ବହୁତ ଲୋକପ୍ରିୟ ଥିଲେ, ତଥାପି ହାରିଲେ କାହିଁକି… କାରଣ କହିଲେ ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ : ଅଟଳ ବିହାରୀ ବାଜପେୟୀ ବହୁତ ଲୋକ ପ୍ରିୟ ଥିଲେ। ତେବେ ଲୋକସଭା ନିର୍ବାଚନ ହାରିଲେ କାହିଁକି। ଏହାର କାରଣ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟୁ ସମାଲୋଚକ ତଥା ଭାରତୀୟ ଜନତା ପାର୍ଟି(ବିଜେପି)ର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ଵାମୀ। ଇଟିଭି ଭାରତକୁ ଦେଇଥିବା ସାକ୍ଷାତକାରରେ  ସେ କହିଛନ୍ତି, ବିଜେପିର ବିଚାରଧାରା ହିନ୍ଦୁତ୍ଵ ଉପରେ ଆଧାରିତ। ଯଦି ଦଳ ସେଥିରୁ ବିଚ୍ୟୁତ୍ ହୁଏ ତେବେ କଂଗ୍ରେସ ପରି ଅବସ୍ଥା ଭୋଗିବ।

ସ୍ଵାମୀ କହିଛନ୍ତି, ଏହି ପାର୍ଟି ହିନ୍ଦୁତ୍ଵରୁ ଜନ୍ମ ନେଇଛି। ଏଥିରୁ ଯଦି ହଟିଯିବ ତେବେ ଭୟଙ୍କର ପରିଣାମ ଭୋଗିବ। କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ହେବେ। ଆମ ପାର୍ଟିର ବିଚାରଧାରା ହିନ୍ଦୁତ୍ଵ ହିଁ ହେବା ଉଚିତ୍। ଆମେ କଂଗ୍ରେସ ପରି ରାଜନୀତି କରି ପାରିବୁ ନାହିଁ। କାର୍ଯ୍ୟକର୍ତ୍ତା ହାତରୁ ଗଲେ ବାଜପେୟୀଙ୍କ ଭଳି ମୋଦୀ ଅବସ୍ଥା ଭୋଗିବେ। ଅଟଳ ବିହାରୀ ବାଜପେୟୀ ତ ଆପଣଙ୍କ ଗହଣରେ ବହୁତ ଲୋକପ୍ରିୟ ଥିଲେ, ତଥାପି ଏମିତି ଶୋଚନୀୟ ଭାବେ ହାରିଲେ। ଏହାର କାରଣ କାର୍ଯ୍ୟକର୍ତ୍ତା କାମ କଲେ ନାହିଁ ବୋଲି ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନ ପରାଜୟ ଏବଂ ଏହା  ପରେ ତୃଣମୂଳ କଂଗ୍ରେସକୁ ନେତାଙ୍କ ଘରବାହୁଡା ଉପରେ ଖୁବ୍ ଗର୍ଜନ କରି ବିଜେପି ନେତା କହିଛନ୍ତି, ବିଜେପି ଅନେକ ସଂଖ୍ୟାରେ ଲୋକଙ୍କୁ ଟିଏମସିରୁ ଆମଦାନୀ କଲା। ଏବେ ସେହି ନେତା ଦଳ ଛାଡିବାରେ ଲାଗିଛନ୍ତି। ଧାରଣା କରୁଛନ୍ତି ଯେ, ଆମକୁ ଘରକୁ ନେଇ ଯାଅ। ରାଷ୍ଟ୍ରୀୟ ଉପ ସଭାପତି ଥିବା ମୁକୁଲ ରାୟ ମଧ୍ୟ ଚାଲିଗଲେ। ଆପଣଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ପଦର ମୂଲ୍ୟ ଜଣା ନାହିଁ। ତେଣୁ ଯେ କୌଣସି ଲଫଙ୍ଗାଙ୍କୁ ଏମିତି ମହତ୍ଵପୂର୍ଣ୍ଣ ପଦ ଦେଇ ଦିଆଯାଉଛି। କାର୍ଯ୍ୟକର୍ତ୍ତାଙ୍କୁ ଯଦି ଆପଣ ଗୁରୁତ୍ଵ ଦେବେ ନାହିଁ ତେବେ ଏମିତି ହିଁ ଅବସ୍ଥା ହେବ।

ସ୍ଵାମୀ କହିଛନ୍ତି, କାର୍ଯ୍ୟକର୍ତ୍ତା ବିନା ଟଙ୍କାରେ କାମ କରିଥାଏ ଏବଂ ଏଥିରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ଅଧିକ ଲୋକ ଥାଆନ୍ତି। ସେମାନେ ହିଁ ସ୍ଥାନୀୟ ଶାଖା ସଞ୍ଚାଳନ କରିଥାନ୍ତି। କାର୍ଯ୍ୟକର୍ତ୍ତାଙ୍କୁ ସବୁ ଜଣା। ଯଦି ସେମାନଙ୍କର ଉପେକ୍ଷା କରିବ ତେବେ କେବେ ଜିତି ପାରିବ ନାହିଁ।

Get real time updates directly on you device, subscribe now.