fbpx

ଶ୍ରୀଲଙ୍କାକୁ ଧୂଳି ଚଟାଇଲେ ଧୱନ; ଭାରତ ୧-୦ରେ ଆଗୁଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତି ନେଇଛି ଭାରତ । ୨୬୩ ରନର ପିଛା କରୁଥିବା ଭାରତ ଅଧିନାୟକ ଶିଖର ଧୱନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୩ ୱିକେଟ ହରାଇ ୮୦ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଛି । ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଶନ ୫୯ ରନ୍ କରିଥିଲେ । ଏହି ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ଶ୍ରୀଲଙ୍କା ମାଟିରେ ଭାରତୀୟ ଦଳର ଏହା କ୍ରମାଗତ ନବମ ବିଜୟ ।

ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ୨୬୨ ରନ୍ ସଂଗ୍ରହ କରଥିଲା । ଦଳ ପକ୍ଷରୁ ଚମିରା କରୁଣାରତ୍ନେ ସର୍ବାଧିକ ୪୩ ରନ୍ କରିଥିବା ବେଳେ ଅଧିନାୟକ ଦାସୁନ୍ ଶଣକା ୩୯ ରନ୍ କରିଥିଲେ । ଭାରତ ପକ୍ଷରୁ ଦୀପକ ଚହର, କୁଲଦୀପ ଯାଦବ ଓ ଚହଲ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ପାଣ୍ଡ୍ୟା ବ୍ରଦର୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୨୬୩ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଧୱନ୍(୮୬) ଓ ପୃଥ୍ୱୀ ଶ(୪୩) ପ୍ରଥମ ୱିକେଟରେ ୫୮ ରନ ଯୋଡିଥିଲେ । ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଶ ମାତ୍ର ୨୪ ବଲ ଖେଳି ୯ ଚୌକା ସହାୟତାରେ ୪୩ ରନ୍ କରିଥିଲେ । ୩ ନମ୍ବରରେ ଖେଳିଥିବା ଇଶାନ କିଶନ୍(୫୯) ମଧ୍ୟ ଚମକ୍ରାର ବ୍ୟାଟିଂ କରିଥିଲେ । କିଶନଙ୍କ ୪୨ ବଲ୍ ଇନିଂସରେ ୮ ଚୌକା ଓ ୨ଟି ଛକା ସାମିଲ ରହିଥିଲା । ଚତୁର୍ଥ ୱିକେଟରେ ମନୀଷ ପାଣ୍ଡେ(୨୬) ଓ ଧୱନଙ୍କ ମଧ୍ୟରେ ୭୨ ରନର ଭାଗିଦାରୀ ହୋଇଥିଲା । ବିଜୟ ପାଇଁ ମାତ୍ର ୪୮ ରନ୍ ବାକି ରହିଥିବା ବେଳେ ଅଧିନାୟକଙ୍କ ସହିତ ମିଶି ସୂର୍ଯ୍ୟ କୁମାର ଯାଦବ(୩୧) ଦଳକୁ ବିଜୟୀ କରାଇଥିଲେ । ଭାରତର ଟପ ସ୍କୋରର ରହିଥିବା ଶିଖର ଧୱନ ୯୫ ବଲ୍ ଖେଳି ୬ ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୮୬ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡି ସିଲଭା ୨ଟି ଓ ଲକ୍ଷଣ ସନ୍ଦକନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.