fbpx

ପ୍ରଥମ ଟ୍ରାନ୍ସଜେଣ୍ଡର ଭାବେ ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା RJ ଅନନ୍ୟାଙ୍କ ଆତ୍ମହତ୍ୟା: ଫ୍ଲାଟରୁ ମିଳିଲା ଶବ, ଜାଣନ୍ତୁ କାରଣ

କୋଚ୍ଚି: କେରଳ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ତଥା ରାଜ୍ୟର ପ୍ରଥମ ଟ୍ରାନ୍ସ ରେଡିଓ ଜକି ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । ଅନନ୍ୟାଙ୍କ ମୃତଦେହ କୋଚିରେ ଥିବା ନିଜ ଫ୍ଲାଟରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି ।

ଅନନ୍ୟା ଗତ ବର୍ଷ ଜୁନରେ ସେକ୍ସ ରିସାଇମେଣ୍ଟ ସର୍ଜରୀ କରିଥିଲେ । ଏହା ପରେ ତାଙ୍କର ଗମ୍ଭୀ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଥିଲା । ଏହି ସମସ୍ୟାକୁ ନେଇ ଅନନ୍ୟା ଡାକ୍ତର ଏବଂ ବେସରକାରୀ ମେଡିକାଲ ଉପରେ ଅବହେଳା କରିଥିବା ଅଭିଯୋଗ କରିଥିଲେ । ଅନନ୍ୟା କୁମାରୀ ମଧ୍ୟ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ସେ ଶାରୀରିକ ଯନ୍ତ୍ରଣା ଅନୁଭବ କରୁଥିଲେ ଓ ସେ କାମ କରୁଥିବାରେ ମଧ୍ୟ ଅସହାୟ ହୋଇଥିଲେ । ଘଟଣାକୁ ନେଇ ଅନନ୍ୟା ନ୍ୟାୟ ଦାବି କରିଥିଲେ ।

କେରଳ ବିଧାନସଭା ନିର୍ବାଚନ ପାଇଁ ମାଲ୍ୟାପୁରମ୍ ଜିଲ୍ଲାର ଭେଙ୍ଗାରା ନିର୍ବାଚନମଣ୍ଡଳୀରେ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍) ନେତା ପି.କେ କୁଞ୍ଜାଲିକଟ୍ଟୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନନ୍ୟା ତାଙ୍କ ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନରେ ନାମାଙ୍କନ ଦାଖଲ କରିଥିବା ଅନନ୍ୟା ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା ଥିଲେ । ପରେ ନିଜ ଦଳର ନେତାଙ୍କ ଧମକ ପରେ ଉ ଉତ୍ପୀଡନ ମଧ୍ୟରେ ସେ ନିର୍ବାଚନରୁ ଓହରିଯାଇଥିଲେ । ଅନନ୍ୟା କେରଳର ପ୍ରଥମ ରେଡିଓ ଜକି ଭାବେ କାମ କରୁଥିଲେ ।

କୁହାଯାଉଛି ଯେ, ଅନନ୍ୟା ନିଜର ଶାରୀରିକ କଷ୍ଟ କାରଣରୁ ଆତ୍ମହତ୍ୟା କରିଛନ୍ତି । ପୋଲିସ ମଧ୍ୟ ଏହି ମାମଲରେ ଯାଞ୍ଚ ଆରମ୍ଭ କରିଛି । ଅନନ୍ୟାଙ୍କ ବନ୍ଧୁମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ମୃତ୍ୟୁର ତଦନ୍ତ କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.