fbpx

ବାର୍ଡ ଫ୍ଲୁରେ ଭାରତରେ ପ୍ରଥମ ମୃତ୍ୟୁ, ଏମ୍ସରେ ପ୍ରାଣ ହରାଇଲା ୧୧ବର୍ଷର ବାଳକ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହା ଭାରତର ପ୍ରଥମ ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଏହି ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କଠାରେ ଦେଖା ଦେଉଥିଲା।

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲଜି (ଏନ୍‌ଆଇଭି) ସ୍ପଷ୍ଟ କରିଛି ଯେ ମୃତ୍ୟୁ ବରଣ କରିଥିବା ୧୧ ବର୍ଷର ବାଳକ ବାର୍ଡ ଫ୍ଲୁ ଭାଇରସରେ ସଂକ୍ରମିତ ଥିଲେ । ସୂଚନା ଅନୁଯାୟୀ ଏହି ୧୧ ବର୍ଷୀୟ ବାଳକ ସୁଶୀଲର କୋଭିଡ୍‌ ପରୀକ୍ଷା ହୋଇଥିଲା । ରିପୋର୍ଟ ନେଗେଟିଭ୍‌ ରହିଥିଲା । ଏହାପରେ ଜଣାପଡ଼ିଥିଲା ନାବାଳକଟି ବାର୍ଡ ଫ୍ଲୁରେ ସଂକ୍ରମିତ ।

Get real time updates directly on you device, subscribe now.