fbpx

ଗିରଫରୁ ବର୍ତ୍ତିବାକୁ ରାଜ କୁନ୍ଦ୍ରା ଦେଉଥିଲେ ୨୫ ଲକ୍ଷ, ଅଡୁଆରେ ପୋଲିସ୍ ପ୍ରଶାସନ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ କେଳେଙ୍କାରୀରେ ବନ୍ଧା ହୋଇଥିବା ରାଜ କୁନ୍ଦ୍ରାଙ୍କ ଆଉ ଏକ କାଣ୍ଡ କାରନାମା ପଦାକୁ ଆସିଛି । ଏହି ମାମଲରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ୟଶ୍ ଠାକୁର ଫେରାର୍ ହୋଇଯାଇଥିବା ବେଳେ ପ୍ରକାଶ କରିଛନ୍ତି ସାଂଘାତିକ ତଥ୍ୟ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗିରଫଦାରିରୁ ବଞ୍ଚିବା ପାଇଁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ରାଜ କୁନ୍ଦ୍ରା ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ସେ ରହସ୍ୟ ଖୋଲିବା ପରେ ଖୋଦ୍ ପୋଲିସ୍ ପାଇଁ ବଢ଼ିଛି ଅଡୁଆ । ଏପରିକି ପୋଲିସ ମଧ୍ୟ କୁନ୍ଦ୍ରାଙ୍କୁ ଲାଞ୍ଚ ମାଗିଥିଲା ବୋଲି ୟଶ୍ ଜଣାଇଛି ।

ୟଶ ଦେଇଥିବା ସୂଚନା ଅନୁସାରେ ଏହି ମାମଲାରେ ସେ ଗତ ମାର୍ଚ୍ଚ ମାସରେ ମହାରାଷ୍ଟ୍ର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏନେଇ ଇମେଲ୍ ମଧ୍ୟ ଲେଖିଥିଲେ । କ୍ରାଇମବ୍ରାଞ୍ଚ ଅଧିକାରୀ ରାଜଙ୍କଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ସେଥିରେ ଜଣାଇଥିଲେ । ଏହାପରେ ସମ୍ପୃକ୍ତ କାର୍ଯ୍ୟାଳୟ ଏହାର ଯାଞ୍ଚ ପାଇଁ ଏପ୍ରିଲ ମାସରେ ମୁମ୍ବାଇ ପୋଲିସ କମିସନରଙ୍କ ନିକଟକୁ ପଠାଇଥିଲା ବୋଲି ୟଶ କହିଛି । ୟଶ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ବେଳେ ସେ ଖସି ପଳାଇଛି । ଅନ୍ୟପକ୍ଷରେ ରାଜଙ୍କ ଗିରଫ ପରେ ତାଙ୍କ ଭିଣୋଇ ପ୍ରଦୀପ ବକ୍ସି ମଧ୍ୟ ସ୍କାନରକୁ ଆସିଛନ୍ତି । କ୍ରାଇମବ୍ରାଞ୍ଚ କେକରିନ କମ୍ପାନିର ସିଇଓ ପ୍ରଦୀପଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ପୋଲିସ ସୂଚନା ଅନୁସାରେ ଦୁହେଁ ବ୍ରିଟେନରେ ରହିବା ସହ ବିଭିନ୍ନ ପ୍ଲାଟଫର୍ମରେ ପର୍ଣ୍ଣ କଣ୍ଟେଟ୍ ଅପଲୋଡ୍ କରୁଥିଲେ । ଏନେଇ ପୋଲିସ୍ ତନାଘନା ଜାରି ରହିଛି ।

Get real time updates directly on you device, subscribe now.