fbpx

ଦେଶରେ ପ୍ରଥମ, ଭୋଟରଙ୍କୁ ଲାଞ୍ଚ ଦେବାରୁ ସାଂସଦଙ୍କୁ ଜେଲ ଦଣ୍ଡାଦେଶ!!!

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି ।

୨୦୧୯ ଲୋକସଭା ନିର୍ବାଚନ ସମୟରେ ଟିଆରଏସ ସାଂସଦ ମାଲୋଥ କବିତା ଭୋଟରଙ୍କୁ ଲାଞ୍ଚ ଦେବା ମାମଲାର ଶୁଣାଣି ହୋଇଥିଲା । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ସାଂସଦଙ୍କୁ ୧୦ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । କବିତା ମହାବୁବାବାଦ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ତେବେ ଏହି ମାମଲାରେ ସାଂସଦ କବିତାଙ୍କୁ ଜାମିନ ମିଳିସାରିଥିବା ବେଳେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଥିବା ଜଣାପଡ଼ିଛି । ନିର୍ବାଚନ ସମୟରେ କବିତାଙ୍କ ପକ୍ଷରୁ ଶୌକତ ଅଲ୍ଲୀ ଭୋଟରଙ୍କୁ ମୁଣ୍ଡପିଛା ୫୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ହାବୁଡ଼ରେ ଧରାପଡ଼ିଥିଲେ । ପରବର୍ତ୍ତୀ ସମୟରେ ଅଲ୍ଲୀ ପ୍ଲାଇଂ ସ୍କ୍ୱାଡଙ୍କ ଆଗରେ ଲାଞ୍ଚ ଦେଉଥିବା ନେଇ ଦୋଷ ସ୍ୱୀକାର କରିଥିଲେ । ଏହି ମାମଲାରେ ଅଲ୍ଲୀ ପ୍ରଥମ ଓ କବିତା ଦ୍ୱିତୀୟ ଅଭିଯୁକ୍ତ ହୋଇଥିବା ବେଳେ ଉଭୟଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଶୁଣାଣି କରାଯାଇଥିଲା ।

Get real time updates directly on you device, subscribe now.