fbpx

ଆରମ୍ଭ ହେବ IPL; ପ୍ରଥମରୁ CSK-MI ଲଢ଼େଇ

ନୂଆଦିଲ୍ଳୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଭାରତରେ କରୋନାର ଦ୍ୱିତୀୟ ଲହର କାରଣରୁ ଆଇପିଏଲର ଚତୁର୍ଦ୍ଦଶ ସଂସ୍କରଣ ଅଧାରୁ ବନ୍ଦ ରହିଥିବା ବେଳେ ପୁଣି ଥରେ ଏହା ଆରମ୍ଭ ହେବାକୁ ଯାଉଛି । କ୍ରିକେଟ ମହାକୁମ୍ଭ ଆଇପିଏଲକୁ ଦୁବାଇ ସ୍ଥାନାନ୍ତର କରାଯାଇଥିବା ବେଳେ ୨୭ ଦିନରେ ଅବଶିଷ୍ଟ ୩୧ଟି ମ୍ୟାଚ ଖେଳାଯିବ ।

ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ ପୁନର୍ବାର ଆରମ୍ଭ ହେବ । ୨୭ ଦିନ ମଧ୍ୟରେ ୩୧ଟି ମ୍ୟାଚ ଖେଳାଯିବ । ଏହା ମଧ୍ୟରେ ୭ଟି ଡବଲ ହେଡର ରହିଛି । ଭାରତୀୟ ସମୟ ଦିନ ୩.୩୦ରେ ଡବଲ ହେଡରର ମ୍ୟାଚ ଗୁଡିକ ଆରମ୍ଭ ହେବ ଏବଂ ସାଧାରଣ ମ୍ୟାଚ ଗୁଡିକ ସନ୍ଧ୍ୟା ୭.୩୦ରେ ଖେଳାଯିବ । ସିଏସକେ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯିବ । ସମୁଦାୟ ୩ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବ । ଦୁବାଇରେ ସର୍ବାଧିକ ୧୩ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଶାରଜାରେ ୧୦ ଓ ଦୁବାଇରେ ୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଦୁବାଇରେ ଫାଇନାଲ ମ୍ୟାଚ୍ ଖେଳାଯିବ ।

Get real time updates directly on you device, subscribe now.