fbpx

ସେଦିନ ଆଇଆଇଏମ୍-ଶିଲଙ୍ଗରେ କଲାମଙ୍କ ସହ କଣ ହୋଇଥିଲା? ବିସ୍ତାର ରୂପେ ଜାଣନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍, ଯିଏକି ମିସାଇଲ୍ ମ୍ୟାନ୍ ନାମରେ ବେଶ୍ ପରିଚିତ । ଜୁଲାଇ ୨୭ ତାରିଖ, ୨୦୧୫ ମସିହାରେ ଆଇଆଇଏମ୍ ଶିଲଙ୍ଗରେ ବକ୍ତୃତା ଦେବା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ସବୁଠାରୁ ଲୋକପ୍ରିୟ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ ୨୦୦୨ରୁ ୨୦୦୭ ମସିହାରେ ଭାରତର ଏକାଦଶତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଆଇଆଇଏମ୍ ଶିଲଙ୍ଗରେ ଛାତ୍ରଛାତ୍ରୀ ମାନଙ୍କ ବକ୍ତୃତା ଦେବା ସମୟରେ ହଠାତ୍ ମଞ୍ଚ ଉପରେ ଟଳି ପଡ଼ିଥିଲେ । ଟଳିବାର ମାତ୍ର କିଛି କ୍ଷଣରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । କୁହାଯାଉଛି ଯେ, ହୃଦଘାତ କାରଣରୁ ତାଙ୍କର ଦେହାନ୍ତ ଘଟିଛି । ଭାରତର ଏକାଦଶତମ ରାଷ୍ଟ୍ରପତିଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ଚାଲନ୍ତୁ ଜାଣିବା ପୂରା ଘଟଣାକ୍ରମ ।

ଆଇଆଇଏମ୍ ଶିଲଙ୍ଗର ତତ୍କାଳୀନ ନିର୍ଦ୍ଦେଶକ ଅମିତାଭ ଡେ ଗଣମାଧ୍ୟମକୁ କହିଥିଲେ ଯେ, ଏଠାରେ ଡା. ଏପିଜେ ଅବଦୁଲ୍ କଲାମ୍ ଙ୍କୁ ପୂର୍ବତନ ରାଷ୍ଟ୍ରପତି ତୁଳନାନରେ ଜଣେ ଶିକ୍ଷକ ଭାବରେ ଅଧିକ ଜଣାଯାଉଥିଲେ । ସାଧାରଣତଃ ଆଇଆଇଏମ୍ ରେ ପ୍ରବନ୍ଧ ଓ ସାମାଜିକ ପ୍ରସଙ୍ଗ ଉପରେ ସେମିନାର୍ ଆୟୋଜନ କରାଯାଉଥିଲା । ଯେହେତୁ ଡା. କଲାମ୍ ଜଣେ ବୈଜ୍ଞାନିକ ଥିଲେ ତେଣୁ ଜାତୀୟ ବିକାଶ ପାଇଁ ବିଜ୍ଞାନ ଓ ମାନବବାଦ ଉପରେ ଏକ ସେମିନାର୍ ଆୟୋଜନ କରାଯାଇଥିଲା ।

ସେହିପରି ଜୁଲାଇ ୨୭ ତାରିଖ ଦିନ ଆଇଆଇଏମ୍ ଶିଲଙ୍ଗରେ ଡା. କଲାମ୍ “ଗୋଟିଏ ରହିବା ଯୋଗ୍ୟ ଗ୍ରହ” ବିଷୟ ଉପରେ ବକ୍ତୃତା ଦେଇଥିଲେ । ଭାଷଣର ପ୍ରାରମ୍ଭରେ ଡା. କଲାମ୍ ନିଜର ଅନୁଭବ ସମ୍ପର୍କରେ ମତ ରଖିଥିଲେ । ପାଖାପାଖି ୬ଟା ୩୦ ମିନିଟ୍ ସମୟରେ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍ ର୧୫ ମିନିଟ୍ ପରେ ସେ ବେହୋସ୍ ହୋଇଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ବ୍ୟସ୍ତ ହୋଇପଡ଼ିଥିଲେ । ତାଙ୍କୁ ବେଥାନୀ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସା କରିବା ପରେ ସନ୍ଧ୍ୟା ୭ଟା ୪୫ ମିନିଟ୍ ରେ ତାଙ୍କୁ ମୃତ ଭାବରେ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.