fbpx

ଗ୍ୟାଙ୍ଗ୍‌ଷ୍ଟର ହାଇଦର୍‌ର ପୁଅକୁ ମିଳିଲାନି ପାରୋଲ୍‌, ୪୦ ଦିନିଆ ଜାମିନ୍ ଆବେଦନକୁ ଖାରଜ କଲେ କୋର୍ଟ

କେନ୍ଦ୍ରାପଡ଼ା,  (ଭାସ୍କର ନ୍ୟୁଜ୍‌): ଗ୍ୟାଙ୍ଗ୍‌ଷ୍ଟର ସେକ୍‌ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ପାରୋଲ୍‌ ପାଇଁ ଆବେଦନ କରିଥିଲା ବଡ଼ ପୁଅ ସେକ ମୁନା । ହେଲେ ଏହି ଆବେଦନକୁ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍‌ ଖାରଜ କରିଛନ୍ତି ।

ମୁନା ଜେଲ୍‌ରୁ ସାମୟିକ ଭାବେ ଜାମିନ୍‌ରେ ମୁକୁଳିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର, ଏପରିକି ତା’ ଜୀବନ ପ୍ରତି ବିପଦର ଆଶଙ୍କା ଅଛି ବୋଲି କୋର୍ଟରେ ଦର୍ଶାଯାଇଥିଲା । ଏଣୁ କୋର୍ଟ ଆବେଦନକୁ ନାମଞ୍ଜୁର କରିଥିବା ମୁନାଙ୍କ ଓକିଲ ରବି ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି । ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ମୁନା ୪୦ ଦିନିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା ।

Get real time updates directly on you device, subscribe now.