fbpx

ଅଡୁଆରେ DRAVID & କୋ.; ତୃତୀୟ ଟି-୨୦ରୁ ବାଦ ପଡିପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବ । ତେବେ ଏହା ପୂର୍ବରୁ ଭାରତୀୟ ଦଳ ଚୟନକୁ ନେଇ ମ୍ୟାନେଜମେଣ୍ଟର ଅଡୁଆ ବଢିଛି । କରୋନା କାରଣରୁ ୯ ଜଣ ଖେଳାଳି ଚୟନ ପାଇଁ ଉପଲବ୍ଧ ନଥିବା ବେଳେ ଆଉ ଜଣେ ଖେଳାଳିଙ୍କ ଅନୁପଲବ୍ଧତା ଦ୍ରାବିଡ ଆଣ୍ଡ କୋ.ଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ।

ଦ୍ୱିତୀୟ ଟି-୨୦ ମ୍ୟାଚ୍ ପରେ ଦ୍ରୁତ ବୋଲର ନବଦୀପ ସାଇନି ଆହତ ହୋଇଥିବା ଜଣାପଡିଛି । ସାଇନି ଦ୍ୱିତୀୟ ଟି-୨୦ ମୁକାବିଲାରେ ଗୋଟିଏ ବି ବଲ ବୋଲିଂ କରିବାରେ ସମର୍ଥ ହୋଇନଥିଲେ । ଏପରି ପରସ୍ଥିତିରେ ଏହି ଗସ୍ତରେ ଆଉ ଜଣେ ଖେଳାଳି ପଦାର୍ପଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଭାରତ ୪ ସ୍ପିନରଙ୍କୁ ନେଇ ଖେଳିବାକୁ ନିଷ୍ପତ୍ତି ନିଏ ତେବେ ସିଏସକେ ତଥା ଚେନ୍ନାଇ ସ୍ପିନର ଆର. ସାଇ କିଶୋରଙ୍କୁ ସୁଯୋଗ ମିଳିବ । ନଚେତ ଭାରତ ନିକଟରେ ଅର୍ଶଦୀପ ସିଂ, ସନ୍ଦୀପ ୱାରିୟର, ସିମରଜିତ ସିଂ ଓ ଇଶାନ ପୋରେଲଙ୍କୁ ସାମିଲ କରାଯିବାର ସୁଯୋଗ ରହିଛି । ଶୃଙ୍ଖଳା ବର୍ତ୍ତମାନ ୧-୧ରେ ରହିଥିବାରୁ ଅନ୍ତିମ ମ୍ୟାଚ ସହିତ ସିରିଜ୍ ଜିତିବା ପାଇଁ ଉଭୟ ଦଳ ଉଦ୍ୟମ କରିବେ ।

Get real time updates directly on you device, subscribe now.