fbpx

ପ୍ରେମିକା ନାଁରେ ଖୋଲିଲେ ଚା’ ଦୋକାନ, ଧୋକା ଖାଇ ବି ଭାଙ୍ଗିଲେନି ପ୍ରେମିକ

ଓଡ଼ିଶା ଭାସ୍କର ବ୍ୟୁରୋ: ହୃଦୟ ଦେଇ ପ୍ରେମ କଲେ । ହେଲେ ପରିଣତି ମିଳିଲା ଧୋକା । ପ୍ରେମିକା ଛାଡ଼ି ଚାଲିଗଲା । କିନ୍ତୁ ପ୍ରେମକୁ ସମ୍ମାନ ଦେଉଥିବା ପ୍ରେମିକ ଜଣଙ୍କ ଭାଙ୍ଗି ପଡ଼ିଲେନି । ଖୋଲିଲେ ଏକ ଚା’ ଦୋକାନ ଆଉ ତାର ନାଁ ରଖିଦେଲେ ‘ବେୱଫା ଚାୟୱାଲା’ ଅର୍ଥାତ୍ ଧୋକାଖିଆ ଚା’ବାଲା । ଏଭଳି ଦୋକାନ ଆଉ ତାରି ନାଁକୁ ନେଇ ସବୁଠି ଚର୍ଚ୍ଚା ଜୋର୍ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଫଟୋ ଆଉ କଥା ।

ସାଧାରଣତଃ ହୃଦୟ ଭାଙ୍ଗିଗଲେ ଲୋକେ ଭାରି ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି । କିଏ କେଉଁ ସ୍ତରକୁ ଯାଏ ତାର ହିସାବ ନାହିଁ । ଏଭଳି ଶହ ଶହ ଉଦାହରଣ ଆମେ ଦେଖିଆସୁଛେ । କିନ୍ତୁ ଏଭଳି ପ୍ରେମିକ ବି ଅଛନ୍ତି ଯିଏ ପ୍ରେମରେ ଧୋକା ଖାଇବା ପରେ ଆହୁରି ନିଜକୁ ଶକ୍ତ କରି ଗଢ଼ିଛନ୍ତି । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ଅନ୍ତର୍ଗତ ଶାହପୁର ଅଞ୍ଚଳର ଜାତୀୟ ରାଜପଥ ୬୯ ନମ୍ବରରେ ଏହି ଦୋକାନ ରହିଛି । ଡୋଡରାମୋହର ଗାଁରେ ଥିବା ଏହି ଦୋକାନକୁ ଲୋକେ ଆକର୍ଷିତ ହୋଇଯାଉଛନ୍ତି ଓ ଧୋକା ଖାଇଥିବା ପ୍ରେମିକ ଚା’ ଦୋକାନୀ ସହ ସେଲଫି ମଧ୍ୟ ନେଉଛନ୍ତି । ଗାଁ ନିକଟରେ ରହିଥିବା ରେଲୱେ କ୍ରସିଂ ପାଖାପାଖି ଏଭଳି ନାଁରେ ଦୋକାନ ଦେଇଥିବା ପ୍ରେମିକ ଜଣଙ୍କ ନାଁ ହେଉଛି ମଙ୍ଗଳ । ଦୋକାନର ନାଁ ଦେଇଛନ୍ତି ‘ବେୱଫା ଚାୟୱାଲା ସ୍ପେସାଲ୍ ଚାୟ କର୍ଣ୍ଣର୍’ । ଏଭଳି କାହିଁକି ନାମ ଦିଆଯାଇଛି ବୋଲି ଉତ୍ତରରେ ସେ କହିଛନ୍ତି ଯେ ଗାଁର ଏକ ଝିଅକୁ ସେ ପ୍ରେମ କରୁଥିଲେ ଆଉ ସେ ଧୋକା ଦେଇ ଅନ୍ୟକୁ ବିବାହ କରିଚାଲିଗଲେ । ତେବେ ସେ କୌଣସି ଭୁଲ୍ ପଦକ୍ଷେପ ନନେଇ ଏକ ଦୋକାନ ଖୋଲି ନିଜକୁ ଦୃଢ଼ ଭାବେ ଚାଲିବାକୁ ନିଷ୍ପତ୍ତି ନେଲେ । ୬ ମାସ ହେଲା ମଙ୍ଗଳ ଚା’ ଦୋକାନ ଦେଇ ନିଜର ପରିବାର ଚଳାଇ ଆସୁଛନ୍ତି ।

Bewafa Chaiwala in MP

Get real time updates directly on you device, subscribe now.