fbpx

କରୋନାରୁ ସୁସ୍ଥ ହେବା ପରେ ଦେଖାଦେଉଛି ଚୁଟି ଝଡ଼ିବା ସମସ୍ୟା!

AAKASH

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ଅନେକ ଲକ୍ଷଣ ଦେଖାଯାଉଥିବାର ମିଳିଛି । ଏବେ ପୁଣି ଏକ ଲକ୍ଷଣ ଦେଖାଯାଉଥିବାର ସାମ୍ନାକୁ ଆସିଛି । ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କର ଚୁଟି ଝଡୁଥିବାର ଦେଖିବାକୁ ମିଳିଛି । ଗୁରୁବାର ବିଶେଷଜ୍ଞ ଡାକ୍ତର କହିଛନ୍ତି ଯେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ରୋଗୀଙ୍କ ଠାରେ ୧୦୦ ପ୍ରତିଶତ ମାମଲାରେ ଚୁଟି ଝଡ଼ିବା ଅଭିଯୋଗ ହୋଇଛି । ମୁଖପାତ୍ରଙ୍କ ଅନୁଯାୟୀ ସାଧାରଣତଃ ଦକ୍ଷିଣ ଦିଲ୍ଲୀର ବେସରକାରୀ ହସ୍ପିଟାଲରେ ଗୋଟିଏ ସପ୍ତାହରେ ଚାରିରୁ ପାଞ୍ଚ ଚୁଟି ଝଡ଼ିବା ଅଭିଯୋଗ ଆସିଛି । ଏହି ଚୁଟି ଝଡ଼ିବା ମାମଲା ମେ ମାସରୁ ବଢ଼ିବାରେ ଲାଗିଥିଲା ଏବଂ ଏକ ରିପୋର୍ଟ ଅନୁଯାୟୀ ଏହି ମାମଲା ସେବେଠାରୁ ଦ୍ୱିଗୁଣିତ ହୋଇଛି । ଏନେଇ ଡାକ୍ତର କହିଛନ୍ତି ଯେ ସାଧାରଣତଃ କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ଏକ ମାସ ପରେ ଚୁଟି ଝଡ଼ିବା ସମସ୍ୟା ଦେଖାଯାଇଥାଏ ।

ତେବେ ଏହାକୁ ନେଇ ଆପୋଲୋ ହସ୍ପିଟାଲର କସ୍ମେଟିକ୍ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀର ବରିଷ୍ଠ ପରାମର୍ଶଦାତା ଡାକ୍ତର ନୁରେଜଦାନ କହିଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ଭିଟାମିନ୍ ଏବଂ ଆଇରନର ପ୍ରାକୃତିକ ଖାଦ୍ୟ ଉତ୍ସ ଖାଇବା ସହ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଆଇରନ୍ କମ ହେବା ଚୁଟି ଝଡ଼ିବା ସମସ୍ୟା ବଢ଼ାଇ ପାରେ, ଯେତେବେଳେକି ପ୍ରୋଟିନ୍ ଯୁକ୍ତ ସନ୍ତୁଳିତ ଆହାର ଖାଇବା ଦ୍ୱାରା ଚୁଟି କମ୍ ଝଡ଼ିଥାଏ ।

Get real time updates directly on you device, subscribe now.