fbpx

ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ଵାମୀ, କହିଲା- ସାହାବ୍ ପତ୍ନୀକୁ ମାରି ଦେଲି, ଘରେ ଲାସ୍ ପଡିଛି

ନୂଆଦିଲ୍ଲୀ: ପ୍ରଥମେ ନିଜ ସ୍ତ୍ରୀକୁ ଚାକୁ ଭୁସି ହତ୍ୟା କଲା । ଏହାପରେ ଖୋଦ୍ ଥାନାରେ ଆସି ଆତ୍ମସମର୍ପଣ କରିଲା ସ୍ୱାମୀ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଦିଲ୍ଲୀର ମଙ୍ଗୋଳପୁରୀ ଠାରେ । ପୋଲିସ୍ କହିଛି ଯେ, ହତ୍ୟାକାରୀ ସ୍ୱାମୀ ହାତରେ ରକ୍ତ ଜୁଡ଼ୁବୁଡ଼ୁ ଚାକୁ ଧରି ଥାନାକୁ ଆସିଲା ଏବଂ ସେ ନିଜ ସ୍ତ୍ରୀକୁ ମାରିଥିବା ନେଇ ସ୍ୱୀକାର କରିଥିଲା । ମୃତ ମହିଳାଙ୍କ ନାମ ହେଉଛି ଶବାନା(୪୦) । ହତ୍ୟା ପରେ ପଡୋଶୀ ମାନେ ତାଙ୍କୁ ହସ୍ପିଟାଲ ଯାଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ସୂଚନା ଅନୁସାରେ, ଶନିବାର ସକାଳ ୭ଟା ୪୭ ମିନିଟ୍ ସମୟରେ ପିସିଆର୍ କୁ ହତ୍ୟା ସମ୍ବନ୍ଧୀୟ ଏକ କଲ୍ ଆସିଥିଲା । ଏହା ମଧ୍ୟରେ ଅଭିଯୁକ୍ତ ସମୀର ହାତରେ ରକ୍ତ ଜୁଡ଼ୁବୁଡ଼ୁ ଚାକୁ ଧରି ଥାନାରେ ପହଞ୍ଚିଥିଲା । ଆଉ ପୋଲିସ୍ କୁ କହିଥିଲା ଯେ, ସେ ନିଜର ସ୍ତ୍ରୀକୁ ହତ୍ୟା କରିଛି ଓ ଘରେ ମୃତ ଦେହ ପଡ଼ିଛି ବୋଲି କହିଥିଲା । ତେବେ ସେମାନଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି ।

ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଦମ୍ପତିଙ୍କ ଝିଅର ବୟାନକୁ ଆଧାର କରି ସମୀରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ୍ କହିଛି ଯେ, ଅଭିଯୁକ୍ତ ସମୀର ନିଜେ ମାନିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ସହିତ ଚାକିରୀ କରିବାକୁ ନେଇ ଓ ମଦ ପିଇବାକୁ ନେଇ ସବୁବେଳେ ଝଗଡା ହେଉଥିଲା । ଗତ ଏକ ମାସ ହେବ ମଦ ପିଇ ଘରକୁ ଫେରୁଥିବାରୁ ପତ୍ନୀ ଘରକୁ ପଶିବାକୁ ଦେଉନଥିଲେ । ତେଣୁ ଏହି କାରଣରୁ ପତ୍ନୀଙ୍କୁ ସେ ହତ୍ୟା କରିଛନ୍ତି ।

 

Get real time updates directly on you device, subscribe now.