fbpx

୯ ଅଗଷ୍ଟରେ ଇତିହାସ ରଚିବେ ମୋଦୀ! ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କରିବେ ଏମିତି କାମ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିକହାସ ରଚିବାକୁ ଯାଉଛନ୍ତି । ପୁଣି ଥରେ ଅନ୍ତର୍ଜାତିକ ସ୍ତରରେ ମୋଦୀଙ୍କ ନାମରେ ଆଉ ଏକ କୃତିତ୍ୱ ଯୋଡି ହେବାକୁ ଯାଉଛି । ଭାରତ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଦାୟିତ୍ୱ ନେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଅଧ୍ୟକ୍ଷତା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୯ ତାରିଖରେ ମୋଦୀ ମିଳିତ ଜାତିସଂଘକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏପରି ହେଲେ ମୋଦୀ ପ୍ରଥମ ଭାରତୀୟ ନେତା ଭାବରେ ଏପରି କରିବାର କୃତିତ୍ୱ ହାସଲ କରିବାକୁ ଯାଉଛନ୍ତି । ଅଗଷ୍ଟ ୧ ତାରିଖରୁ ଭାରତ ସୁରକ୍ଷ ପରିଷଦର ନେତୃତ୍ୱ ନେବ ।

ଯେଉଁ ରାଷ୍ଟ୍ର ନେତୃତ୍ୱ ନେଇଥାଏ ସେହି ରାଷ୍ଟ୍ରର ୩ ସେନା ମୁଖ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥାନ୍ତି । ସମାନ ଭାବରେ ଭାରତ ମଧ୍ୟ ନୌସେନା, ବାୟୁସେନା ଓ ସ୍ଥଳ ସେନାକୁ ନେଇ ବିଭିନ୍ନ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବ । ତେବେ ଯଦି ମୋଦୀଙ୍କୁ ବୈଠକରେ ଅଧ୍ୟକ୍ଷତାର ସୁଯୋଗ ମିଳେ ତେବେ ଭାରତର ୭୫ ବର୍ଷ ଇତିହାସରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଏହି ବୈଠକ କରିବେ । ମିଳିତ ଜାତିସଂଘରେ ରହିଥିବା ଭାରତୀୟ ରାଷ୍ଟ୍ରଦୂତ ସୈଦ ଅକବରୁଦ୍ଦିନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଭାରତର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କୁଏହି ବୈଠକରେ ଅଧ୍ୟକ୍ଷତାର ସୁଯୋଗ ମିଳିବ ।

Get real time updates directly on you device, subscribe now.