fbpx

ଜିଓର ୱାନ + ୱାନ ଅଫର, ଏମିତି ନେଇପାରିବେ ଲାଭ

ନୂଆଦିଲ୍ଲୀ: ଜିଓଫୋନ ୟୁଜର୍ସଙ୍କ ପାଇଁ ଖୁସି ଖବର । କମ୍ପାନୀ ତରଫରୁ ଜିଓଫୋନର ପ୍ରିପେଡ ପ୍ଲାନରେ ମିଳୁଛି ଅଫର । ଏହି ଅଫରରେ ଗୋଟିଏ ଜିଓ ଫୋନ ପ୍ଲାନ କିଣିଲେ ଆପଣଙ୍କୁ ମାଗଣାରେ ମିଳିବ ଅନ୍ୟ ଏକ ପ୍ଲାନ । ଅର୍ଥାତ୍ ବାଏ ୱାନ ଗେଟ ୱାନ ଅଫର ଦେଉଛି କମ୍ପାନୀ । ବାଏ ୱାନ ଗେଟ ୱାନ ଅଫର ଜିଓଫୋନର ସବୁ ପ୍ଲାନ ପାଇଁ ରହିଛି । ଏହି ଅଫର ଦ୍ୱାରା ଜିଓ ଫୋନ୍ ୟୁଜର୍ସ ଦ୍ୱିଗୁଣା ଲାଭ ପାଇପାରିବେ । ଅର୍ଥାତ ଯେତିକି ରିଚାର୍ଜ କରିବେ ସେତିକିର ରିଚାର୍ଜ ତାଙ୍କୁ ମାଗଣାରେ ମିଳିବ । ତେବେ ଏହି ଅଫର କେବଳ ଜିଓ ଫୋନ ପାଇଁ ହିଁ ଉପଲବ୍ଧ ।

ଯଦି ଆପଣ କୌଣସି ସାଧାରଣ ରିଚାର୍ଜ କରୁଛନ୍ତି ତା’ହେଲେ ଆପଣଙ୍କୁ ଏହାର ଫାଇଦା ମିଳିବ ନାହିଁ । ଏହି ଅଫର କେବଳ ଜିଓ ଫୋନର ସମସ୍ତ ୬ଟି ଯାକ ପ୍ରିପେଡ ପ୍ଲାନ ପାଇଁ ରହିଛି । ସହଜ ଭାଷାରେ କହିବାକୁ ଗଲେ ଯଦି ଆପଣ ଜିଓ ଫୋନରେ ୭୫ ଟଙ୍କା ପ୍ୟାକ ରିଚାର୍ଜ କରୁଛନ୍ତି ତା’ହେଲେ ଆପଣଙ୍କୁ ଆଉ ଏକ ୭୫ ଟଙ୍କା ପ୍ଲାନ ମାଗଣାରେ ମିଳିବ । ଏହି ମାଗଣା ପ୍ଲାନ ପ୍ରିପେଡ ପ୍ଲାନର ସବୁ ରିଚାର୍ଜ ସହ ଦେଖିବାକୁ ମିଳିବ । ଏହି ଅଫର ଅନୁଯାୟୀ ଆପଣଙ୍କୁ ୩୯ ଟଙ୍କା, ୬୯ ଟଙ୍କା, ୭୫ ଟଙ୍କା, ୧୨୫ ଟଙ୍କା, ୧୫୫ ଟଙ୍କା ଏବଂ ୧୮୫ ଟଙ୍କାର ପ୍ଲାନ ରିଚାର୍ଜରେ ଏହି ଲାଭ ପାଇପାରିବେ ।

୩୯ ଟଙ୍କା ପ୍ଲାନରେ ଅନଲମିଟେଡ ଭଏସ କଲ, ୧୦୦ ଏମବି ଡେଲି ଡାଟା ଦିଆଯାଉଛି । ଯାହାର ଭାଲିଡିଟି ୧୪ ଦିନ ପର୍ଯ୍ୟନ୍ତ ରହିଛି । ଅଫର କାରଣରୁ ଏଥିରେ ଆପଣଙ୍କୁ ୨୦୦ ଏମବି ଡେଲି ଡାଟା ମିଳିବ । ସେହିଭଳି ୬୯ ଟଙ୍କା ପ୍ଲାନରେ ଅସୀମିତ ଭଏସ କଲିଂ, ୦.୫ ଜିବି ଡେଲି ଡାଟା ମିଳୁଛି । ଏହାର ଭାଲିଡିଟି ମଧ୍ୟ ୧୪ ଦିନ ପର୍ଯ୍ୟନ୍ତ ରହିଛି । ଅଫର ଯୋଗୁଁ ଏଥିରେ ଆପଣଙ୍କୁ ପ୍ରତିଦିନ ୧ ଜିବି ଡାଟା ମିଳିବ ।

୭୫ ଟଙ୍କା ପ୍ଲାନରେ ୧୦୦ ଏମବି ଡେଲି ଡାଟା ଏବଂ ୨୮ ଦିନ ଭାଲିଡିଟି ମିଳୁଛି । କିନ୍ତୁ ଅଫରରେ ଏଥିରେ ଆପଣଙ୍କୁ ୨୦୦ ଏମବି ଡେଲି ଡାଟା ମିଳିବ । ୧୨୫ ଟଙ୍କା ପ୍ରିପେଡ ପ୍ଲାନରେ ଅନଲମିଟେଡ ଭଏସ କଲିଂ ଏବଂ ଡେଲି .୫ ଜିବି ଡାଟା ରହିଛି । ଅଫରରେ ଏଥିରେ ୨୮ ଦିନ ପାଇଁ ୧ ଜିବି ଡାଟା ମିଳିବ । ସେହିପରି ୧୫୫ ଟଙ୍କା ପ୍ଲାନରେ ଅଫରରେ ୨ ଜିବି ଡେଲି ଡାଟା ଦିଆଯାଉଛି । ଏହା ଛଡ଼ା ୧୮୫ ଟଙ୍କା ପ୍ଲାନରେ ଅଫର ସହ ୪ ଜିବି ଡେଲି ଡାଟା ଦିଆଯାଉଛି । ଉଭୟ ପ୍ଲାନର ଭାଲିଡିଟି ୨୮ ଦିନ ରହିଛି ।

Get real time updates directly on you device, subscribe now.