fbpx

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଆଜି ପରଲୋକ ହୋଇଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଅରୁଣଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ୩ଥର ସିପିଆଇରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ସେ ବିଧାୟକ ନିର୍ବାଚିତ ହୋଇଥିଲେ ।

୨୦୧୪ରେ ମାତ୍ର ୧୦ ଦିନ ପାଇଁ ବିଜେଡିରେ ଯୋଗ ଦେଇଥିଲେ ଅରୁଣ । ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗ ଦେଇଥିବା ଅରୁଣ ଦେ ୨୦୨୦ରେ ପୁନର୍ବାର ବିଜେଡିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.