fbpx

ଆଜି ‘କିଶୋର ଦା’ ଙ୍କ ଜନ୍ମ ଦିନ; ମହିଳାଙ୍କ ସ୍ୱରରେ ଗାଇପାରୁଥିଲେ ଗୀତ, ମଧୁବାଲାଙ୍କ ସହ ବିବାହ ପାଇଁ ହୋଇଗଲେ କରୀମ ଅବଦୁଲ

ନୂଆଦିଲ୍ଲ: କିଶେରେ କୁମାର ବଲିଉଡ ଜଗତର ଏକ ସୁପରିଚିତ ନାମ । କିଶୋର କୁମାର ଅଭିନୟରେ ଯେମିତି ପାରଙ୍ଗମ ସେହିଭଳି ତାଙ୍କର ସୁମଧୁର କଣ୍ଠରେ ଗାଇଥିବା ସଂଙ୍ଗୀତ ଆଜି ବି ଲୋକଙ୍କ ହୃଦୟରେ ରାଜ କରୁଛି । ଆଜି ହେଉଛି କିଶୋର କୁମାରଙ୍କ ଜନ୍ମଦିନ । ମଧ୍ୟପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା କିଶୋର କୁମାରଙ୍କ ପ୍ରକୃତ ନାମ ହେଉଛି ଆଭାସ କୁମାର ଗାଙ୍ଗୁଲୀ । ବଲିଉଡ୍ରେ ଅନେକ ଗାୟକ ଆସିଛନ୍ତି ଆଉ ଯାଇଛନ୍ତି ହେଲେ କିନ୍ତୁ କିଶୋର କୁମାରଙ୍କ ସଂଙ୍ଗୀତର ଯାଦୁ ଆଜି ବି କାୟମ ରହିଛି । ୧୯୪୬ରେ ଫିଲ୍ମ ଶିକାରୀରେ ପ୍ରଥମ ଥର ଅଭିନୟ କରିଥିଲେ କିଶୋର କୁମାର । ଏଥିରେ ତାଙ୍କ ଭାଇ ଅଶୋକ କୁମାର ମଧ୍ୟ ରହିଥିଲେ ।

କିଶୋର କୁମାର ହିନ୍ଦୀ ଭାଷା ଛଡ଼ା ବଙ୍ଗାଳୀ ଏବଂ ତାମିଲ ଭାଷାରେ ମଧ ଅନେକ ହିଟ୍ ଗୀତ ଗାଇଛନ୍ତି । ସେ ଯେଉଁ ହିରୋଙ୍କ ପାଇଁ ଗୀତ ଗାଇଛନ୍ତି ସେମାନେ ଅମର ହୋଇଛନ୍ତି । ତେବେ ଆସନ୍ତୁ ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ କିଛି ରୋଚକ କଥା ।

ଏମିତିରେ କିଶୋର କୁମାରଙ୍କ ବିଷୟରେ ଅନେକ ରୋଚକ କଥା ରହିଛି । କିନ୍ତୁ ମଧୁବାଲାଙ୍କ ସହ ତାଙ୍କ ପ୍ରେମ କାହାଣୀ କିଛି ଖାସ୍ । ଏଥିପାଇଁ ଖାସ୍ କାହିଁକି ନା ଯେତେବେଳେ କିଶୋର କୁମାରଙ୍କୁ ମଧୁବାଲାଙ୍କ ସହ ପ୍ରେମ ହୋଇଥିଲା ସେତେବେଳେ ମଧୁବାଲା ହାର୍ଟ ରୋଗରେ ପୀଡ଼ିତ ଥିଲେ । କିନ୍ତୁ ଭଲପାଇବା ଉପରେ କାହାରବା ଜୋର ରହିଛି । ମଧୁବାଲାଙ୍କ ସହ ବିବାହ ପାଇଁ କିଶୋର କୁମାର ଇସଲାମ ମଧ୍ୟ ଗ୍ରହଣ କରିଥିଲେ । ମୁସଲିମ୍ ହେବା ପରେ କିଶୋର କୁମାର ନିଜ ନାମ କରୀମ ଅବଦୁଲ ରଖିଥିଲେ ।

କିଶୋର କୁମାରଙ୍କୁ ଯେତେବେଳେ ମଧୁବାଲାଙ୍କ ସହ ପ୍ରେମ ହୋଇଥିଲା ସେତେବେଳକୁ ସେ ପୂର୍ବରୁ ହିଁ ବିବାହିତ ଥିଲେ । ତାଙ୍କ ପ୍ରଥମ ପତ୍ନୀ ରୋମାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ତାଙ୍କ ଭେଟ ମଧୁବାଲାଙ୍କ ସହ ହୋଇଥିଲା ଏବଂ ଦୁହେଁ ୧୯୬୦ରେ ବିବାହ କରିଥିଲେ । ବିବାହ ପୂର୍ବରୁ କିଶୋର କୁମାରଙ୍କୁ ମଧୁବାଲାଙ୍କ ରୋଗ ବିଷୟରେ ଜଣା ଥିଲା ୨୭ ବର୍ଷୀୟ ମଧୁବାଲାଙ୍କ ହାର୍ଟରେ ଏକ ଛିଦ୍ର ଥିଲା । ସେ ଅସୁସ୍ଥ ମଧ୍ୟ ରହିବାରେ ଲାଗିଥିଲେ । କିଶୋର କୁମାର ମଧୁବାଲାଙ୍କ ଚିକିତ୍ସା ପାଇଁ ଲଣ୍ଡନ ମଧ୍ୟ ଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ କହିଥିଲେ ଯେ ମଧୁବାଲା ହୁଏତ ଆଉ ବର୍ଷେରୁ ଦୁଇ ବର୍ଷ ବଞ୍ଚିପାରିବେ । କିନ୍ତୁ ମଧୁବାଲା ୯ ବର୍ଷ ବଞ୍ଚିଥିଲେ । ମଧୁବାଲାଙ୍କ ଏବଂ କିଶୋର କୁମାରଙ୍କ ବିବାହ ୧୦ ବର୍ଷ ଚାଲିଥିଲା ।ମଧୁବାଲାଙ୍କ ପରେ କିଶୋର କୁମାର ଯୋଗିତା ବାଲୀ ଏବଂ ଲୀନା ଚନ୍ଦାବରକରଙ୍କ ସହ ବିବାହ କରିଥିଲେ । ଆପଣ ଏହା ମଧ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଶୋର କୁମାର ମହିଳାଙ୍କ ସ୍ୱରରେ ମଧ୍ୟ ଗୀତ ଗାଇପାରୁଥିଲେ । ‘ଏକ ଲଡକୀ ଭିଗି ଭାଗିସି’ ରେ କିଶୋର କୁମାର ମହିଳାଙ୍କ ସ୍ୱରରେ ଗୀତ ଗାଇଥିଲେ ।

ସେମିତିରେ କିଶୋର କୁମାର ଅଭିନୟ କରିବାକୁ ଚାହୁନଥିଲେ କିନ୍ତୁ ତାଙ୍କ ଭାଇଙ୍କ କହିବା ଯୋଗୁଁ ଅଭିନୟ କରିଥିଲେ । ୧୯୪୬ ରେ ସେ ଶିକାରୀ ଫିଲ୍ମରେ ପ୍ରଥମ ଥର ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କ ଭାଇ ଅଶୋକ କୁମାର ମୁଖ୍ୟ ରୋଲରେ ଅଭିନୟ କରିଥିଲେ । ରାଜେଶ ଖନ୍ନାଙ୍କ ସୁପରହିଟ ଫିଲ୍ମ ଆନନ୍ଦରେ ରାଜେଶ ଖନ୍ନାଙ୍କ ପୂର୍ବରୁ କିଶୋରଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା କିନ୍ତୁ କିଛି କାରଣରୁ ସେ ଏହାକୁ କରିନଥିଲେ ଫଳରେ ଫିଲ୍ମ ରାଜେଶ କୁମାରଙ୍କୁ ଏହି ଫିଲ୍ମ ମିଳିଥିଲା । ଆଉ ଏହି ଫିଲ୍ମ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲା ।

Get real time updates directly on you device, subscribe now.