fbpx

ରାଜ୍ୟସଭାରୁ ବାସନ୍ଦ ହେଲେ ୬ ଟିଏମସି ସାଂସଦ; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ବୁଧବାର ରାଜ୍ୟସଭାରୁ ୬ ଜଣ ଟିଏମସି ସାଂସଦଙ୍କୁ ବାସନ୍ଦ କରାଯାଇଛି । ରାଜ୍ୟସଭାରେ ହଙ୍ଗାମା କାରଣରୁ ୬ ଜଣ ଟିଏମସି ସାଂସଦଙ୍କୁ ବାଚସ୍ପତି ନିଲମ୍ବିତ କରିଛନ୍ତି । ୬ ସାଂସଦଙ୍କୁ ଉପରେ ସଂସଦର ଉଚ୍ଚତମ ସଦନ ପକ୍ଷରୁ ଦିନିକିଆ ନିଲମ୍ବନ ଜାରି କରାଯାଇଛି । ବୁଧବାର ସଂସଦର ଅବଶିଷ୍ଟ ସମୟ ପାଇଁ ଏହି ସାଂସଦ ମାନେ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରି ପାରିବେ ନାହିଁ ।

ଏହି ୬ ସାଂସଦ ହେଉଛନ୍ତି ଡୋଲା ସେନ, ଏମଡି ନଦିମୁଲ ହକ୍, ଅବିର ରଞ୍ଜନ ବିଶ୍ୱାସ, ଶାନ୍ତା ଛେତ୍ରୀ, ଅର୍ପିତା ଘୋଷ ଓ ମୌସମ ନୁର୍ । ଗୃହ ମଧ୍ୟରେ ପ୍ଲାକାର୍ଡ ପ୍ରଦର୍ଶନ ଏବଂ ବାଚସ୍ପତିଙ୍କ ଆସନ ପ୍ରତି ଅସମ୍ମାନ କାରଣରୁ ଏହି ୬ ଜଣଙ୍କୁ ୧ ଦିନ ପାଇଁ ନିଲମ୍ବନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ମୌସୁମୀ ଅଧିବେଶନରେ ପେଗାସସ ମାମଲାକୁ ନେଇ ଆରମ୍ଭରୁ ହିଁ ହୋ ହଲ୍ଲା ଜାରି ରହିଛି ।

Get real time updates directly on you device, subscribe now.