fbpx

ରିଲିଜ ହୋଇଛି ‘ବେଲ ବଟମ’ ଟ୍ରେଲର; ଲାରାଙ୍କ ଚମତ୍କାର ଅଭିନୟ, ଚିହ୍ନି ପାରିଲେନି ଦର୍ଶକ

ମୁମ୍ବାଇ: ଅଗଷ୍ଟ ୧୯ରେ ରିଲିଜ ହେବାକୁ ଯାଉଥିବା ଅକ୍ଷୟ କୁମାର ଅଭିନୀତ ଫିଲ୍ମ ‘ବେଲ ବଟମ’ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ, ବାଣୀ କପୁର, ହୁମା କୁରେସି ଏବଂ ଲାରା ଦତ୍ତ ଦମଦାର ଅଭିନୟ କରୁଥିବାର ନଜର ଆସିବାକୁ ଯାଉଛି । ଫ୍ୟାନମାନେ ମଧ୍ୟ ଟ୍ରେଲରକୁ ଖୁବ ପସନ୍ଦ କରିବା ସହ ଅଧିକ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି । ସେପଟେ ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଥିବା ଲାରା ଦତ୍ତଙ୍କ ଅଭିନୟ ଏବେ ସମସ୍ତ ଦୃଷ୍ଟି ଆକର୍ଷଣ କରିଛି ।

ଅକ୍ଷୟ କୁମାର ଫିଲ୍ମର ଟ୍ରେଲର ଅଗଷ୍ଟ ୩ ରେ ଲଞ୍ଚ କରିଥିଲେ । ଫିଲ୍ମ ଅଗଷ୍ଟ ୧୯ରେ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ ପ୍ରଶଂସା କରୁଥିବାବେଳେ ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଲାରା ଦତ୍ତଙ୍କୁ ଖୁବ ପ୍ରଶଂସା କରାଯାଉଛି । କାରଣ ଲାରାଙ୍କ ଚମକ୍ରାର ଅଭିନୟ ଯୋଗୁଁ ଲାରାଙ୍କୁ ଚିହ୍ନି ପାରିନଥିଲେ ଦର୍ଶକ । ସେପଟେ ତାଙ୍କର ଏହି ଚମତ୍କାର ଅଭିନୟ ପାଇଁ ଫ୍ୟାନମାନେ ତାଙ୍କୁ ପ୍ରଶଂସା କରିବା ସହ ଜାତୀୟ ପୁରସ୍କାର ଦେବା ଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି ସୋସିଆଲ ମିଡିଆରେ ।

Get real time updates directly on you device, subscribe now.