fbpx

ଯୌନତୃପ୍ତି ପାଇଁ ମହିଳାଙ୍କୁ ଅପ୍ରାକୃତିକ ସ୍ପର୍ଶ ମଧ୍ୟ ଦୁଷ୍କର୍ମ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ । ଯୌନତୃପ୍ତି ପାଇଁ କୌଣସି ମହିଳାଙ୍କୁ ଅପ୍ରାକୃତିକ ଭାବରେ ସ୍ପର୍ଶ କରିବାକୁ ମଧ୍ୟ ଦୁଷ୍କର୍ମ ଭାବରେ ବିଚାର କରାଯିବ ବୋଲି କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଯଦି ଅଭିଯୁକ୍ତ ନିଜର ଗୁପ୍ତାଙ୍ଗ କୌଣସି ମହିଳାଙ୍କ ଜଂଘରେ ଘସୁଛନ୍ତି ଏହାକୁ ଆଇପିସି ଅଧୀନରେ ଦୁଷ୍କର୍ମ ଭାବରେ ଗଣାଯିବ ବୋଲି କୋର୍ଟ କହିଛନ୍ତି । ଏକ ଶିଶୁ ଅସଦାଚରଣ ମାମଲାରେ ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଜିୟାଦ ରେହମାନ ଏଏଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ । ଏହି ମାମଲାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ସହିିତ ଏଭଳି ଘୃଣ୍ୟ କାମ କରିଥିଲେ ।

ଆଇପିସିର ଧାରା ୩୭୫ ଅନୁସାରେ ଏହା ଅପରାଧ ନୁହେଁ ବୋଲି ଅଭିଯୁକ୍ତ ଯୁକ୍ତି ବାଢିଥିବା ବେଳେ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ଏହି ମାମଲାଟି ୨୦୧୫ ମସିହାର । ୧୧ ବର୍ଷୀୟା ବାଳିକାଙ୍କ ତଳିପେଟରେ ଯନ୍ତ୍ରଣା ପରେ ଡାକ୍ତରଙ୍କ ନିକଟକୁ ନେଇଥିଲେ ମା । ସେଠାରେ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଜଣାପଡିଥିଲା । ସେ ସମୟରେ ଡାକ୍ତର ଅଭିଯୋଗ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଁ ଲୋକ ଲଜ୍ଜା ଭୟରେ ଚୁପ ରହିଥିଲେ ବାଳିକାର ମା । ପରବର୍ତ୍ତୀ ସମୟରେ ମହିଳା ସାମାଜିକ ଅନୁଷ୍ଠାନ ଗୁଡିକର ହସ୍ତକ୍ଷେପ ପରେ ପୋଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା । ତଳ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ମଧ୍ୟ କରିଥିଲେ । ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ କୋର୍ଟ ତଳକୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖିଥିଲେ ।

Get real time updates directly on you device, subscribe now.