fbpx

କରୋନାକୁ ନେଇ କଠୋର ବିସିସିଆଇ, ଦୁଇ ଟିକା ନେଇଥିବା ଖେଳାଳି  ହିଁ ୟୁଏଇ ଯାଇ ପାରିବେ !

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରୁ ଆରମ୍ଭ  ହେବ। ମେ ୪ରେ କରୋନା କେସ୍ ସାମ୍ନାକୁ ଆସିବା ପରେ ବିଶ୍ଵର ସବୁଠୁ ବଡ ଟି-୨୦ ଲିଗକୁ ସ୍ଥଗିତ ରଖିବାକୁ ପଡିଥିଲା। ଲିଗରେ ୬୦ରୁ ୨୯ ମ୍ୟାଚ୍ ସଂପନ୍ନ ହୋଇ ସାରିଛି। ଅବଶିଷ୍ଟ ୩୧ ମ୍ୟାଚ୍ ଖେଳାଯିବା ବାକି ରହିଛି। ସମସ୍ତ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ମଧ୍ୟରେ ଖେଳାଯିବ।  ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜିକୁ ସ୍ପଷ୍ଟ ଭାବେ କହି ଦେଇଛି ଯେ, ୟୁଏଇ ଯିବା ପୂର୍ବରୁ ସମସ୍ତ ସଦସ୍ୟ କରୋନାର ଦୁଇ ଡୋଜ୍ ଯେମିତି ନେଇ ସାରିଥିବେ।

ବିସିସିଆଇ ସୂତ୍ର ଅନୁଯାୟୀ, ସମସ୍ତ ଦଳକୁ ଅବଗତ କରାଇ ଦିଆଯାଇଛି ଯେ, ୟୁଏଇ ଯିବା ପୂର୍ବରୁ ସବୁ ଦଳର ସଦସ୍ୟ କରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ଲଗାଇ ସାରିଥିବା ଉଚିତ୍। ଯେମିତି ୟୁଏଇରେ ପହଞ୍ଚିବା ପରେ କୌଣସି ସମସ୍ୟା ନହୁଏ। ଉଲ୍ଲେଖନୀୟ ୟୁଏଇ ପହଞ୍ଚିବା ପରେ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ୭ ଦିନିଆ କ୍ଵାରେଣ୍ଟାଇନରେ ରହିବାକୁ  ପଡିବ। କରୋନା ରିପୋର୍ଟ ଆସିବା ପରେ ହିଁ ଖେଳାଳି ଅଭ୍ୟାସ୍ କରି ପାରିବେ।

ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟ ମୁକାବିଲା ସେପ୍ଟେମ୍ବର ୧୯ରୁ ଖେଳାଯିବ। ବଳକା ୩୧ରୁ ୧୩ ମ୍ୟାଚ୍ ଦୁବାଇରେ ଖେଳାଯିବ। ଏହା ବାଦ୍ ସାରଜାରେ ୧୦ ଏବଂ ଆବୁଧାବିରେ ୮ ମ୍ୟାଚ୍ ଖେଳାଯିବ। ଆଇପିଏଲ ପରେ ଟି-୨୦ ବିଶ୍ଵ କପ୍ ମଧ୍ୟ ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ରେ ମଧ୍ୟରେ ଖେଳାଯିବ। ତେଣୁ ସବୁ ଦେଶର ଖେଳାଳି ଆଇପିଏଲ ଖେଳିବାକୁ ଚାହିଁବେ, ଯଦ୍ଵାରା ଟି-୨୦ ବିଶ୍ଵ କପରୁ ନିଜର ପ୍ରସ୍ତୁତି ଠିକ୍ ଭାବେ କରି ପାରିବେ। କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଖେଳାଳିଙ୍କୁ ନେଇ ସଂଶୟ ରହିଛି।

Get real time updates directly on you device, subscribe now.