fbpx

ସ୍ୱାଧିନତା ଦିବସ ଗାଇଡଲାଇନ୍; କୋହଳ ହେଲା ସପ୍ତାହନ୍ତ ଶଟଡାଉନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପୁରୀ, କଟକ ଓ ଭୁବନେଶ୍ୱରରେ ରହିଥିବା ସପ୍ତାହନ୍ତ ଶଟ ଡାଉନକୁ କୋହଳ କରାଯାଇଛି । ଅଗଷ୍ଟ ୧୫ ତାରିଖ ରବିବାର ଦିନ ୧୧ଟା ଯାଏଁ ସପ୍ତାହନ୍ତ ଶଟ ଡାଉନକୁ କୋହଳ କରାଯାଇଛି । ଏହି ୩ ସହରରେ ସାମାଜିକ ଦୂରତ୍ୱ ମାନି ସର୍ବାଧିକ ୧୦ ଜଣ ଲୋକ ଜାତୀୟ ପତାକା ଉତ୍ତୋଳନରେ ଅଂଶଗ୍ରହଣ କରିବେ ।

ପୁରୀ, କଟକ, ଭୁବନେଶ୍ୱର ବ୍ୟତିତ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ୨୦ ଜଣଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.