fbpx

କରୋନାର ସବୁ ଭାରିଆଣ୍ଟକୁ ଦମନ କରିବ ସୁପର୍ ଭାକସିନ୍, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ନୂଆ ଭାରିଆଣ୍ଟ କାରଣରୁ ଲୋକ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଏବେ ଲୋକ ମାନଙ୍କ ପାଇଁ ବୈଜ୍ଞାନିକ ମାନେ ନୂଆ ଏକ ଫର୍ମୁଲା ବାହାର କରିଛନ୍ତି । ଯେଉଁଥିରେ କରୋନାର ସବୁ ପ୍ରକାର ଭାରିଆଣ୍ଟକୁ ଦମନ କରିହେବ । ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ନେଇ କୁହାଯାଇଛି ଯେ, ସେମାନେ ଏକ ଏପରି ଫର୍ମୁଲା ବାହାର କରିଛନ୍ତି । ଯେଉଁଥିରେ ସବୁ ପ୍ରକାର ଭାରିଆଣ୍ଟ୍ ସହିତ ଲଢ଼ିବାର କ୍ଷମତା ରହିଛି । ଏହି ଅଧ୍ୟୟନ ସାଇନ୍ସ ଜର୍ନାଲ୍ ରେ ପ୍ରକାଶ ପାଇଛି ।

ଏହି ଅଧ୍ୟୟନରେ ବୈଜ୍ଞାନିକ ମାନେ କରୋନାରୁ ସୁସ୍ଥ ହୋଇଥିବା ଲୋକ ମାନଙ୍କ ଠାରେ ଥିବା ବି-କୋଷ ମାନଙ୍କର ଯାଞ୍ଚ କରିଥିଲେ । ମେମୋରୀ ବି-କୋଷ, ଶ୍ୱେତ ରକ୍ତ କୋଷିକା ହୋଇଥାଏ । ଏହା ସେହି ଭାଇରସ୍ କୁ ଶରୀରରେ ଦମନ କରେ ଯେଉଁସବୁ ଆଗରୁ ହିଁ ବ୍ୟାପିସାରିଥାଏ । ବୈଜ୍ଞାନିକ ମାନେ କରୋନାକୁ ମାତ୍ ଦେଇଥିବା ଲୋକମାନଙ୍କ ଶରୀରରେ ପାଇଥିବା ୫ ପ୍ରକାରର ଆଣ୍ଟିବଡ଼ି ମଧ୍ୟରୁ ଏସ୨ପି୬ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ । ଆଣବିକ ସଂରଚନା ବିଶ୍ଲେଷଣ ଏବଂ କାର୍ଯ୍ୟତ୍ମକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଏହି ମୋନୋକ୍ଲୋନୋଲ୍ ଆଣ୍ଟିବଡିରେ ପ୍ରଭାବଶାଳୀ ବିବିଧତା ରହିଛି । ଏହା ସହିତ କରୋନାର ବିଟା ଭାଇରସ୍ ଏବଂ ଅନ୍ୟ ତିନିଟି ଅଲଗା ଅଲଗା ପ୍ରକାରର ଭାଇରସ୍ କୁ ମାରିବାରେ ଏହା ବେଶ୍ ସହାୟକ ହେବ ।

Get real time updates directly on you device, subscribe now.