fbpx

ଖୋର୍ଦ୍ଧାରେ ବିଜେଡିର ମିଶ୍ରଣ ପର୍ବ;ଯୋଗ ଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବିଜେଡି ରାଜ୍ୟ କାର୍ୟ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ କଂଗ୍ରେସ ଓ ବିଜେପି ର ବହୁ ସଂଖ୍ୟାରେ ବିଜେଡି ରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଖୋର୍ଦ୍ଧା ଜିଲ୍ଲା ପର୍ୟ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଦେବୀ ମିଶ୍ର ,ପଂଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ୨୨ ବର୍ଷର ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ବିକାଶକୁ ପ୍ରତି ପଞ୍ଚାୟତରେ ପହଞ୍ଚାଇବା ଲକ୍ଷରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏହା ସହିତ ଏହି ମିଶ୍ରଣ ଦ୍ୱାରା ବିଜେଡି ଆହୁରି ସଂଗଠିତ ହେବ ବୋଲି ପ୍ରତାପ ଜେନା ଓ ପ୍ରମିଳା ମଲ୍ଲିକ ମତ ଦେଇଛନ୍ତି ।

Get real time updates directly on you device, subscribe now.