fbpx

ସେସୁ ଓ ସାଉଥକୋ ପରେ ୱେସ୍କୋ, ବକେୟା ନଦେଲେ କଟୁଛି ବିଜୁଳି

ସମ୍ବଲପୁର, ୧୮ା୨(ଓଡ଼ିଶା ଭାସ୍କର): ସେସୁ ଓ ସାଉଥକୋ ପରେ ଏବେ ୱେସ୍କୋ କାଟୁଛି ବିଜୁଳି । ସମ୍ବଲପୁରରେ ୱେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟୀକ ପ୍ରତିଷ୍ଠାନରୁ ବିଦ୍ୟୁତ କାଟ୍ ହୋଇଛି । ବିଲ୍ ପୈଠ କରିନଥିବା ବ୍ୟବସାୟୀଙ୍କ ବିଦ୍ୟୁତ କାଟ ହୋଇଛି । ବିଦ୍ୟୁତ କାଟ୍ ଅଭିଯାନରେ ୩୦ରୁ ଅଧିକ ସ୍କ୍ୱାଡ଼ ସାମିଲ ହୋଇଥିବା ସୂଚନା ରହିଛି ।

ଗତ ୧୬ତାରିଖରେ  ସାଉଥକୋ ପକ୍ଷରୁ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ ହୋଇଥିଲା । ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ବିଦ୍ୟୁତ କାଟ ହୋଇଥିଲା ।  ଗଞ୍ଜାମ, ଗଜପତି, କନ୍ଧମାଳ, କେରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ କାଟ ହୋଇଥିଲା । ୮ଟି ଜିଲ୍ଲାରେ ୨୨ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ବିଜୁଳି କଟିବ ବୋଲି ସୂଚନା ରହିଥିଲା । ବକେୟା ବିଲ୍ ଆଦାୟ ପାଇଁ ୮ଟି ଜିଲ୍ଲା ପାଇଁ ୧୨ଶହ ଟିମ୍ ରହିଥିଲେ। ୧୫ଲକ୍ଷରୁ ଉଦ୍ଧ୍ୱର୍ ଗ୍ରାହକ ୧୩ଶହ କୋଟିରୁ ଅଧିକ ବକେୟା ରଖିଥିଲେ। ସେହିପରି ପୂର୍ବରୁ ସେସୁ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ବିଦ୍ୟୁତ କାଟ୍ ଅଭିଯାନ ।

Get real time updates directly on you device, subscribe now.