fbpx

Left Handers ମାନେ ଅଧିକ ବୁଦ୍ଧିମାନ୍ ଓ ପରିପକ୍ୱ, ଜାଣନ୍ତୁ ଏହାର ଖାସ୍ ରହସ୍ୟ

ଆଜି ହେଉଛି ଅନ୍ତର୍ଜାତୀୟ ଲେଫ୍ଟ ହାଣ୍ଡର୍ସ ଡେ । ବାମ ହାତରେ ଲେଖୁଥିବା ବା ଅନ୍ୟ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ଦିବସଟି ହେଉଛି ଏକ ଖାସ୍ ଦିବସ । ୧୯୯୧ ମସିହାଠାରୁ ପ୍ରତ୍ୟେକ ବର୍ଷ ୧୩ ଅଗଷ୍ଟରେ ଏହି ଦିବସ ପାଳନ କରାଯାଇ ଆସୁଛି । ସାଧାରଣତଃ ଯେଉଁମାନେ ବାମ ହାତରେ ସମସ୍ତ କାର୍ଯ୍ୟ କରୁଥିଲେ, ସେମାନେ ଅଧିକାଂଶ ସମୟରେ ସମସ୍ତଙ୍କର ମଜାର ପାତ୍ର ହେବାକୁ ବାଧ୍ୟ ହେଉଥିଲେ । ତେଣୁ ଲୋକଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇ ଆସୁଅଛି । ଆଜି ବିଶ୍ୱରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତିକ୍ୱ ବାମହାତୀ ଅଟନ୍ତି । ନରେନ୍ଦ୍ର ମୋଦି, ମହାତ୍ମା ଗାନ୍ଧି, ରଜନୀକାନ୍ତ, ମଦର ଟେରେସା, ବାରାକ ଓବାମା, ସଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ, ଆଲବର୍ଟ ଆଇନଷ୍ଟାଇନ, ଆଇଜାକ୍ ନ୍ୟୁଟନ, ଚାଲ୍ସ ଡାରୱିନ୍, ବେଞ୍ଜାମିନ୍ ଫ୍ରାଙ୍କଲିନ୍, ବିଲ ଗେଟ୍ସ, ଜୁଲିଆ ରୋବର୍ଟସ, ମାର୍କ ଜୁକରବର୍ଗ, ଲେଡି ଗାଗା, ଆରିଷ୍ଟଟଲ, ହେନରି ଫୋର୍ଡ, ମ୍ୟାରି କ୍ୟୁରି, ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ଭଳି ପ୍ରସିଦ୍ଧ ବ୍ୟକ୍ତିମାନେ ବାମହାତୀ ଅଟନ୍ତି । ବାବାହାତୀଙ୍କର ଆଇକ୍ୟୁ ଡାହାଣହାତୀଙ୍କ ଠାରୁ ଅଧିକ । ବାମହାତୀ ଲୋକଙ୍କର ବୌଦ୍ଧିକ କ୍ଷମତା ଅଧିକ ରହିଥାଏ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ବାମହାତୀ ଲୋକଙ୍କର କିଛି ଖାସ୍ କଥା:-

୧- ବାମହାତୀମାନେ ଯଦି କୌଣସି ଡିଜାଇନ୍ ବାମ ହାତରେ ତିଆରି କରନ୍ତି, ତେବେ ସେମାନଙ୍କର ମନୋଭାବ ସର୍ବଦା ଡାହାଣ ଆଡ଼କୁ ଥାଏ ।

୨- ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ବାମହାତୀଙ୍କୁ ଅଲସର, ଅର୍ଥରାଇଟିସ ପରି ବିମାରି ହେବାର ସମ୍ଭାବନା ବହୁତ କମ୍ ଥାଏ । ଏଥିସହିତ ସେମାନେ ଯେ କୌଣସି ଷ୍ଟ୍ରୋକରୁ ଶୀଘ୍ର ମୁକ୍ତି ପାଇଥାନ୍ତି ।

୩- ଯାଆଁଳା ଶିଶୁଙ୍କ ମଧ୍ୟରୁ ଜଣେ ବାମହାତୀ ହେବାର ସମ୍ଭାବନା ଅଧିକ ରହିଥାଏ । ଏମାନଙ୍କ ଠାରେ ଡିସ୍ଲେକ୍ସିଆ ରୋଗର ହାର ଅଧିକ ମାତ୍ରାରେ ଦେଖାଦେଇଥାଏ ।

୪- ପାଣି ମଧ୍ୟରେ ଥିବା କୌଣସି ଜିନିଷକୁ ଚିହ୍ନିବାର କ୍ଷମତା ବାମହାତୀଙ୍କ ପାଖରେ ଅଧିକ ରହିଥାଏ । ଏମାନେ ସାଧାରଣତଃ ଟେନିସ, ବେସବଲ, ସ୍ୱିମିଂ ଓ ଫିସିଂ ଆଦି ଖେଳରେ ମାହିର୍ ଅଟନ୍ତି ।

୫- ଡାହାଣ ହାତୀଙ୍କ ଅପେକ୍ଷା ବାମହାତୀ ଶୀଘ୍ର ପରିପକ୍ୱ ହୋଇଯାଇଥାନ୍ତି । ଆମେରିକାର ଓପୋଲୋ ମିଶନରେ ମହାକାଶକୁ ଯାତ୍ରା କରୁଥିବା ୪ ଜଣଙ୍କ ମଧ୍ୟରେ ଜଣେ ବାମହାତୀ ରହିଥାନ୍ତି ।

୬- ବାମହାତୀଙ୍କ ମସ୍ତିଷ୍କ ପ୍ରଖର ସହ ସେମାନଙ୍କର କଳ୍ପନାଶକ୍ତି ତୀବ୍ର ରହିଥାଏ ।

Get real time updates directly on you device, subscribe now.