fbpx

Go First ଦେଉଛି ମାଗଣାରେ ଗୋଆ ଓ ମାଳଦ୍ୱୀପ ବୁଲିବାର ସୁଯୋଗ, ୫ଷ୍ଟାର ହୋଟେଲରେ ରହିବା-ଖାଇବା ବି ଫ୍ରି

ନୂଆଦିଲ୍ଲୀ : ଯଦି ଆପଣ କୌଣସି ସୁନ୍ଦର ସ୍ଥାନରେ ଛୁଟିଦିନ କାଟିବାର ଯୋଜନା କରୁଛନ୍ତି, ତେବେ ଗୋଆ ଓ ମାଳଦ୍ୱୀପ ବୁଲିପାରିବେ, ଯାହାକି ସମ୍ପୂର୍ଣ୍ଣ ମାଗଣା । କଥାଟି ବିଶ୍ୱାସ ହେଉନଥିଲେ ବି ସତ । ବଜଟ ଏୟାରଲାଇନ୍ସ କମ୍ପାନୀ Go First ନିଜ ଗ୍ରାହକଙ୍କୁ ୧୫ ଅଗଷ୍ଟ ଓ ରକ୍ଷାବନ୍ଧନ ଦିନ ଖାସ୍ ଅଫର ଦେଉଛି । ଏହି ଅଫର ଅନୁସାରେ ଯାତ୍ରୀମାନଙ୍କ ପାଖରେ ଗୋଆ ଓ ମାଳଦ୍ୱୀପରେ ସମସ୍ତ ସୁବିଧା ଥିବା ପେଡ୍ ହଲିଡେ ଜିତିବାର ସୁଯୋଗ ରହିଛି ।

ପୁରସ୍କାର ଜିତିବା ପରେ, ଏୟାରଲାଇନ୍ସ ଆପଣଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଗୋଆ ଏବଂ ୨ ଜଣଙ୍କୁ ମାଲଦ୍ୱୀପ ଯାତ୍ରା କରିବାର ସୁଯୋଗ ଦେବ । ଏହି ସୁଯୋଗ ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଅଗଷ୍ଟ ୧୫ ଏବଂ ଅଗଷ୍ଟ ୨୨ ରେ Go First ବିମାନରେ ଯାତ୍ରା କରିବେ । କେବଳ ଏତିକି ନୁହେଁ, ସ୍ୱାଧୀନତା ଦିବସରେ Go Firstରେ ଯାତ୍ରା କଲେ ଫ୍ଲାଇଟରେ ଆପଣଙ୍କୁ ଅନେକ ପୁରସ୍କାର ମିଳିବ ।

କମ୍ପାନୀ ଦ୍ୱାରା ଜାରି ବୟାନ ମୁତାବକ, ଯଦି କୌଣସି ଯାତ୍ରୀ ୧୫ ଅଗଷ୍ଟକୁ Go Firstରେ ଯାତ୍ରା କରନ୍ତି, ତେବେ ସେ ଗୋଆର ଏକ ଅଲ ଇନକ୍ଲୁସିଭ୍ ପେଡ୍ ହଲିଡେ ପ୍ୟାକେଜ୍ ଜିତିପାରିବେ । ଏହି ଅଫରକୁ ୨ ଦମ୍ପତ୍ତି ଜିତି ପାରିବେ । ଏଥିରେ ରିଟର୍ଣ୍ଣ ଫ୍ଲାଇଟ୍, ଗୋଆର ନୋଗୋଟେଲ ଗୋଆ ଡୋନା ସିଲଭିଆ ବିଚ୍ ରିସର୍ଟରେ ୨ ରାତି ଓ ୩ ଦିନ ରହିବା, ଏୟାରପୋର୍ଟ ଟ୍ରାନ୍ସପୋର୍ଟ, ଜଳଖିଆ ଓ ରାତ୍ରୀଭୋଜନ ସାମିଲ ରହିଛି ।

ଏଥି ସହିତ ଦମ୍ପତ୍ତିି ଯଦି ୨୨ ଅଗଷ୍ଟ ଅର୍ଥାତ୍ ରାଖୀ ଦିନରେ ଯାତ୍ରା କରନ୍ତି ତେବେ ମାଲଦ୍ୱୀପର ଏକ ଅଲ ଇନକ୍ଲୁସିଭ୍ ପେଡ୍ ହଲିଡେ ଜିତିପାରିବେ । ଏହି ପ୍ୟାକେଜରେ ରିଟର୍ନ ଫ୍ଲାଇଟ୍ , କୋର୍ନାଡ ମାଲଦ୍ୱୀପର ରଙ୍ଗିଲି ରେସିଡେନ୍ସର ଅଣ୍ଡରସିୟା ରେସିଡେନ୍ସରେ ୩ ରାତି ଏବଂ ୪ ଦିନ ରହିବାର ସୁଯୋଗ, ସମୁଦ୍ର ବିମାନ ଏୟାରପୋର୍ଟ ଟ୍ରାନ୍ସଫର, ଜଳଖିଆ ଏବଂ ରାତ୍ରୀ ଭୋଜନ ସାମିଲ ରହିଛି । ବିଜେତା ଦମ୍ପତ୍ତିି ମାଲଦ୍ୱୀପରେ ରହିବା ସମୟରେ ଏକ ମାଗଣା ମ୍ୟାଟ୍ରିକ୍ସର ଇଣ୍ଟରନ୍ୟାସନାଲ ସିମ୍ କାର୍ଡ ମଧ୍ୟ ପାଇପାରିବେ ।

Get real time updates directly on you device, subscribe now.