fbpx

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ: ଲାଲକିଲ୍ଲାରୁ କହିଲେ ଏପରି

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲାରେ ୭୫ତମ ଜାତୀୟ ସ୍ୱାଧୀନତା ଦିବସ ସମାରୋହ ପାଳିତ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ବଳିଦାନ ଦେଇଥିବା ମହାନାୟକଙ୍କୁ ସମ୍ମାନ ଜଣାଇଛନ୍ତି ମୋଦୀ । ଏହା ସହିତ କରୋନା ମୁକାବିଲାରେ ଆଗଧାଡିର ସୈନିକଙ୍କୁ ସମ୍ମାନ ଜଣାଇଛନ୍ତି । ସମାରୋହରେ ଉପସ୍ଥିତ ଅଲିମ୍ପିଆନଙ୍କ ଉଚ୍ଚ ପ୍ରଶଂସା କରିବା ସହ ଟୋକିଓ ଅଲିମ୍ପିକ୍ସ ସଫଳତା ଯୁବ ପିଢ଼ିଙ୍କୁ ପ୍ରେରିତ କରିବ । ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳିବାକୁ ଆହ୍ୱାନ ଦେଇଛନ୍ତି । ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସର ଆହ୍ୱାନ ଦେଇଛନ୍ତି ।

ଏହା ସହ ମୋଦୀ କହିଛନ୍ତି ଯେ, ‘ବିଭାଜନ ସମୟର ଦୁଃଖ ଏବେ ବି ଛାତି ଦୋହଲାଇ ଦିଏ । କରୋନା ମହାମାରୀ ଆମକୁ ଅନେକ ଯାତନା ଦେଇଛି । ବହୁ ପିଲାଙ୍କଠାରୁ ବାପା-ମାଆଙ୍କୁ ଛଡାଇ ନେଇଛି । ଆମେ ଦେଶରେ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚାଲିଛି । ୫୪ କୋଟି ଲୋକ କରୋନା ଟିକାର ଡୋଜ୍ ନେଇସାରିଲେଣି । ଟିକା ପାଇଁ ଆମକୁ କୌଣସି ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆମର ଡାକ୍ତର, ବୈଜ୍ଞାନିକ ଓ ଶିଳ୍ପପତିଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି । ୮୦ କୋଟି ଲୋକଙ୍କୁ କରୋନା ସମୟରେ ସହାୟତରା ଦିଆଯାଇଛି । ଟୋକିଓ ଅଲିମ୍ପିକ୍ସର ଖେଳାଳିମାନେ ପଦକ ଓ ଆମର ହୃଦୟ ଜିତିଛନ୍ତି । ଖେଳାଳିମାନେ ଭବିଷ୍ୟତର ଯୁବପିଢ଼ି ପାଇଁ ପ୍ରେରଣା ସାଜିଛନ୍ତି । ପୂର୍ବ ଅପେକ୍ଷା ସରକାରୀ ଯୋଜନା କାର୍ଯ୍ୟକାରିତାର ବେଗ ବଢ଼ିଛି । ସବୁ ଗରିବଙ୍କୁ ପୋଷକଯୁକ୍ତ ଖାଦ୍ୟ ଯୋଗଣ ଜାରି ରହିଛି । ବିକାଶ ସର୍ବାଙ୍ଗୀଣ, ସର୍ବସ୍ପର୍ଶୀ ଓ ସର୍ବସମାବେଶିତ ହେବା ଉଚିତ୍ । ସରକାରୀ ଯୋଜନାରୁ କୌଣସି ଅଞ୍ଚଳ ବା ବ୍ୟକ୍ତି ବଞ୍ଚିତ ହେବେ ନାହିଁ ।’

Get real time updates directly on you device, subscribe now.