fbpx

ରାଜ୍ୟରେ ପୁଣି ବାହାରିଲେ ୧୦୫୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ କମିନାହିଁ । ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ତାଲାବନ୍ଦ କଟକଣାକୁ କୋହଳ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିବା ପରେ ପରେ ପାଞ୍ଚଦିନ ହେଲା ପୁଣି ହଜାରେ ଟପିଛି । ଏହା ମଧ୍ୟରେ ଆଜି ୧୦୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୧୬ ଓ ସ୍ଥାନୀୟ ଅଞ୍ଚଳରୁ ୪୪୨ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୭ ହଜାର ୧୯୭ ରହିଥିବା ବେଳେ ୧୦ ହଜାର ୪୨୮ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.