fbpx

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଦ୍ୱିତୀୟ; ପ୍ରଥମ ସ୍ଥାନରେ ଷ୍ଟାଲିନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ୪୨ ପ୍ରତିଶତ ଭୋଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନବୀନଙ୍କୁ ମିଳିଛି ୩୮ ପ୍ରତିଶତ ଭୋଟ । ଟପ୍ ଟେନ୍ ମଧ୍ୟରେ ମାତ୍ର ଦୁଇଜଣ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଓ ୩ ଜଣ କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତାମିଲନାଡୁର ୪୨ ପ୍ରତିଶତ ଲୋକ ଷ୍ଟାଲିନଙ୍କୁ ପସନ୍ଦ କରୁଥିବା ବେଳେ ନବୀନଙ୍କୁ ସମର୍ଥନ କରିଛନ୍ତି ଓଡ଼ିଶାର ୩୮ ପ୍ରତିଶତ ଲୋକ ।

୪୨ ପ୍ରତିଶତ ସହିତ ଷ୍ଟାଲିନ ପ୍ରଥମ ସ୍ଥାନରେ ରହିଥିବା ବେଳେ ନବୀନ ପଟ୍ଟନାୟକ ୩୮ ପ୍ରତିଶତ ଭୋଟ ସହିତ ଦ୍ୱିତୀୟରେ ରହିଛନ୍ତି । ପଛକୁ ପଛ ରହିଛନ୍ତି ପିନରାୟୀ ବିଜୟନ(୩୫), ଉଦ୍ଧବ ଠାକରେ(୩୧), ମମତା ବାନାର୍ଜୀ(୩୦), ହିମନ୍ତ ବିଶ୍ୱ ଶର୍ମା(୨୯), ଯୋଗୀ ଆଦିତ୍ୟନାଥ(୨୯), ଅଶୋକ ଗେହଲଟ(୨୨), ଅରବିନ୍ଦ କେଜ୍ରିୱାଲ(୨୨) ହେମନ୍ତ ସୋରେନ୍(୧୯) ଓ ଭୂପେଷ ବାଘେଲ ୧୯ ପ୍ରତିଶତ ଭୋଟ ସହିତ ୩ୟରୁ ୧୦ମ ସ୍ଥାନରେ ରହିଛନ୍ତି । ଇଣ୍ଡିଆ ଟୁଡେ ଗ୍ରୁପ ପକ୍ଷରୁ କାର୍ଭି ଇନସାଇଟସ ଏହି ସର୍ବେକ୍ଷଣ କରିଥିଲା । ଜୁଲାଇ ୧୦ରୁ ଜୁଲାଇ ୨୦ ୨୦୨୧ ମଧ୍ୟରେ ଏହି ସର୍ବେକ୍ଷଣ ହୋଇଥିଲା ।

Get real time updates directly on you device, subscribe now.