fbpx

ଓଡ଼ିଶାରେ ପହଞ୍ଚିବା ପରେ ହକି ଖେଳାଳିଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି । ବିମାନବନ୍ଦରରେ ଉଭୟ ପୁରୁଷ ଓ ମହିଳା ଟିମ୍ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସେମାନଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦର ପରେ ହୋଟେଲରେ ହକି ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଛି । ହୋଟେଲରେ ପାରମ୍ପରିକ ନୃତ୍ୟ, ଗୀତ ଓ ବାଜାରେ ସ୍ୱାଗତ କରାଯାଇଛି । ଅପରାହ୍ନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଲିମ୍ପିକ୍ସରେ ସଫଳତା ପାଇଁ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ତେବେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ ଜିତି ଇତିହାସ ରଚିଛି ପୁରୁଷ ହକି ଟିମ୍ । ଏହା ସହ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମି ଫାଇନାଲକୁ ଯାଇଥିଲା ମହିଳା ହକି ଟିମ୍ ।

Get real time updates directly on you device, subscribe now.