fbpx

ISIS ଲିଙ୍କରେ ୨ ମହିଳାଙ୍କୁ ଗିରଫ କଲା NIA; ସମାଜସେବା ନାମରେ କରୁଥିଲେ ପ୍ରଚାର

ନୂଆଦିଲ୍ଲୀ: ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) । କେରଳରୁ ଏହି ଦୁଇ ମହିଳାଙ୍କୁ ଆଇ ଏସ ଲିଙ୍କ ପାଇଁ ମଙ୍ଗଳବାର ଗିରଫ କରିଛି ଏନଆଇଏ । କନ୍ନୁରର ଏହି ଦୁଇ ମହିଳାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି ଏନଆଇଏ । କନ୍ନୁରର ଥାନା ଅଞ୍ଚଳରେ ଉଭୟଙ୍କ ବାସଭବନରୁ ଦୁଇ ମହିଳାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଉଭୟ ସୋସିଆଲ ମିଡିଆରେ ଇସଲାମିକ୍ ଷ୍ଟେଟ ଚିନ୍ତାଧାରାର ପ୍ରଚାର ପ୍ରସାର କରିବାକୁ ପ୍ରୟାସ କରୁଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ଏହା ସହିତ ଦୁଇ ମହିଳା ଆଇଏସ୍ ପାଇଁ ନୂତନ ଆତଙ୍କୀ ଯୋଗାଡ କରୁଥିବା ଖବର ପ୍ରକାଶ ପାଇଛି । ଦୁଇ ମହିଳାଙ୍କ ନାମ ଶିଫା ହାରିସ୍ ଓ ମିଶା ସିଦ୍ଦିକି ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ପୂର୍ବରୁ କର୍ଣ୍ଣାଟକର ମାଙ୍ଗାଲୋରରେ ଉଭୟ ମହିଳା ସମାନ ଧରଣର କାର୍ଯ୍ୟରେ ଲିପ୍ତ ରହିଥିଲେ । ଏନଆଇଏ ରାଡାରରେ ରହିଥିବା ଦୁଇ ମହିଳା କ୍ରୋନିକିଲ ଫାଉଣ୍ଡେସନ୍ ଜରିଆରେ ନିଜର ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିଲେ । ମଙ୍ଗଳବାର ସକାଳ ୬ଟାରୁ ଏନଆଇଏ ରେଡ ଆରମ୍ଭ କରାଯାଇଥିବା ବେଳେ ଉଭୟଙ୍କ ପାସପୋର୍ଟ ଜବତ କରାଯାଇଛି । ଉଭୟଙ୍କୁ ଅନଲାଇନରେ କୋର୍ଟରେ ହାଜର କରାଯିବ ବୋଲି ଏନଆଇଏ ମତ ପ୍ରକାଶ କରିଛି ।

Get real time updates directly on you device, subscribe now.