fbpx

ହସିବା ହିଁ ସ୍ୱାସ୍ଥ୍ୟର ସଠିକ୍ ଚାବି, ପାଖ ମାଡ଼ିବନି ଏହି କ୍ଷତିକାରକ..

ମନ ଖୋଲା ହସିବା ଦ୍ୱାରା ଆମକୁ ଆରାମ ମିଳିବା ସହ ଏହା ଶରୀର ପାଇଁ ଏକ ଥେରାପି ଭଳି କାମ ଦିଏ । ହସିବା ଦ୍ୱାରା ଆମେ ଅନେକ ରୋଗଠାରୁ ମଧ୍ୟ ଦୂରେଇ ରହୁ । ସେଥିପାଇଁ କୁହାଯାଏ ଯେ, ଶରୀର ପାଇଁ ହସିବା ହେଉଛି ସଠିକ୍ ମେଡିସିନ୍ । ତେବେ ଆସନ୍ତୁ ଜାଣିବା ମନ ଖୋଲା ହସିବା ଦ୍ୱାରା କ’ଣ ରହିଛି ଫାଇଦା…

– ହସିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନକୁ ଠିକ୍ ଭାବେ ହୋଇଥାଏ ।

– ଏହା ବ୍ୟତୀତ ହସିବାରେ ଡିପ୍ରେସନ୍, ଯନ୍ତ୍ରଣା ଓ ଝଗଡ଼ା ଇତ୍ୟାଦି ଦୂର କରିବାର ଚମତ୍କାର ଶକ୍ତି ରହିଛି । ଖୋଲାଖୋଲି ହସିବା ଦ୍ୱାରା ସମସ୍ତ ଡିପ୍ରେସନ ଚାଲିଯାଏ ଓ ଆପଣଙ୍କୁ ଆରାମ ଅନୁଭବ ହୋଇଥାଏ । ଏଭଳି କରିବା ଦ୍ୱାରା ଚାପରୁ ସୃଷ୍ଟି ହେଉଥିବା ମାନସିକ ଓ ଶାରୀରିକ ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ ।

– ହସିବା ଦ୍ଵାରା ଶରୀରରେ ଅକ୍ସିଜେନ୍ ସପ୍ଲାଏ ଅଧିକ ହୋଇଥାଏ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅକ୍ସିଜେନ୍ ଉପସ୍ଥିତିରେ କ୍ୟାନ୍ସର ଭଳି କୋଷିକା ଓ ଅନ୍ୟ ପ୍ରକାରର କ୍ଷତିକାରକ ବ୍ୟାକ୍ଟେରିଆ ଓ ଭାଇରସ୍ ନଷ୍ଟ ହୋଇଥାଏ ।

– ଆଜିକାଲି ଡାକ୍ତରମାନେ ବି ଲାଫିଙ୍ଗ ଥେରାପି ବ୍ୟବହାର କରୁଛନ୍ତି । ଏହା ସାହାଯ୍ୟରେ ଅନେକ ରୋଗରୁ ମୁକ୍ତି ମିଳିଥାଏ । ୧୦ ମିନିଟ୍ ପର୍ଯ୍ୟନ୍ତ ଉଚ୍ଚ ସ୍ୱରରେ ହସିବା ଦ୍ୱାରା ଆପଣଙ୍କୁ ୨ ଘଣ୍ଟାର ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଏପରି କରିବା ଦ୍ୱାରା ଆପଣଙ୍କୁ ଭଲ ନିଦ ବି ହେବ ।

Get real time updates directly on you device, subscribe now.