fbpx

ବଦଳିଯିବ ବିଦ୍ୟୁତ୍ ବିଲ୍ ଦେବାର ପ୍ରକ୍ରିୟା, ୨୦୨୫ ସୁଦ୍ଧା ସମଗ୍ର ଦେଶରେ ଲାଗିବ Prepaid Smart Meter

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ପିଇଠକୁ ନେଇ ଆସିଛି ବଡ଼ ଖବର । ଏଣିକି ସମଗ୍ର ଦେଶରେ ପ୍ରତ୍ୟେକ ଘରେ ସ୍ମାର୍ଟ ମିଟର ଲଗାଯିବ । ଏହାକୁ ନେଇ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି ସରକାର । ତେବେ ଶକ୍ତି ମନ୍ତ୍ରାଳୟ କିଛି ଦିନ ପୂର୍ବରୁ ସରକାରଙ୍କ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସଂସ୍ଥାକୁ ପ୍ରିପେଡ଼୍ ସ୍ମାର୍ଟ ମିଟର ଲଗାଇବାକୁ ପରାମର୍ଶ ଦେଇଥିଲା । ଏବେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ପରେ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି, ଯାହାକି ବର୍ତ୍ତମାନ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲର ବୋଝ ତଳେ ରହିଛି ।

ତେବେ ପ୍ରିପେଡ୍ ମିଟର ଠିକ୍ ପ୍ରିପେଡ୍ ମୋବାଇଲ୍ ଭାବେ କାମ କରିଥାଏ, ଅର୍ଥାତ୍ ଯେତିକି ଟଙ୍କା ସେତିକି ବିଦ୍ୟୁତ୍ । ଦେଶର ଅନେକ ସ୍ଥାନରେ ପ୍ରିପେଡ୍ ମିଟର ବ୍ୟବହୃତ ହେଉଛି । ଯାହାକଚ ରିଚାର୍ଜ କରିବାକୁ ପଡ଼ିଥାଏ । କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, ଶିଳ୍ପ ୟୁନିଟ୍ ଗୁଡିକରେ ପ୍ରିପେଡ୍ ମିଟର ସ୍ଥାପନ ପରେ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ । ସମସ୍ତ ବିଦ୍ୟୁତ ଗ୍ରାହକଙ୍କ ଘରେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଯିବ । ବିଜ୍ଞପ୍ତି ଅନୁସାରେ, କୃଷି ବ୍ୟତୀତ ସବୁ ସ୍ଥାନରେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଯିବ । ୨୦୨୩ ସୁଦ୍ଧା ସମସ୍ତ ବ୍ଲକ ସ୍ତରୀୟ ସରକାରୀ କାର୍ଯ୍ୟାଳୟରେ ସ୍ମାର୍ଟ ମିଟର ଲଗାଯିବ । ଧୀରେ ଧୀରେ ୨୦୨୫ ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶରେ ଏହି ପ୍ରିକେଡ଼୍ ସ୍ମାର୍ଟ ମିଟର ଲଗାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.