fbpx

କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଥାଏ, ଜାଣନ୍ତୁ

କ୍ଷୀରରେ କ୍ୟାଲସିୟମ, ଭିଟାମିନ୍ ଡି, ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । କ୍ଷୀର ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର ହାଡ଼କୁ ମଜବୁତ ରଖିବା ସହ ଓଜନ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ତେବେ ଅନେକ ଭିଟାମିନ୍ ଓ ପୋଷକ ତତ୍ତ୍ୱରେ ଭରପୂର ଥିବା କ୍ଷୀରର ଫାଇଦା ପାଇବାକୁ ହେଲେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀର ପାଇଁ ଅଧିକ ଫାଇଦା ହୋଇଥାଏ ।

– ସାଧାରଣତଃ ବ୍ୟାୟାମ କରୁଥିବା ଲୋକଙ୍କ ଶରୀର ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ୍ ଓ କ୍ୟାଲସିୟମ୍ ଆବଶ୍ୟକ । ତେଣୁ ଏପରିସ୍ଥଳେ ସକାଳ ବେଳା କ୍ଷୀର ସେବନ କରିବା ଠିକ୍ ହେବ ।

– ଆପଣ ସକାଳେ କିମ୍ବା ସନ୍ଧ୍ୟାରେ କ୍ଷୀର ସେବନ କରିପାରିବେ । ସକାଳେ ଜଳଖିଆରେ କ୍ଷୀର ସେବନ କଲେ ଶରୀରକୁ ଅଧିକ ପରିମାଣରେ ପ୍ରୋଟିନ୍ ମିଳିଥାଏ ।

– ଦିନସାରା ଭୋକକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ମଧ୍ୟ ଆପଣ ସକାଳେ କ୍ଷୀର ପିଇ ପାରିବେ । ସକାଳେ କ୍ଷୀର ପିଇବା ପରେ କିଛି ଲୋକଙ୍କ ପେଟ ଫୁଲିଯାଏ, ସେମାନେ ସକାଳେ କ୍ଷୀର ପିଇବା ଅନୁଚିତ୍ ।

– ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି, ତେବେ ରାତିରେ କଦାପି ସେବନ କରନ୍ତୁ ନାହିଁ । ରାତିରେ କ୍ଷୀର ପିଇବା ଦ୍ୱାରା ହଜମ କ୍ରିୟାରେ ସମସ୍ୟା ସୃଷ୍ଟି ହେଉଥିଲେ, କ୍ଷୀର ପିଅନ୍ତୁ ନାହିଁ ।

– ଯଦି ଆପଣଙ୍କୁ ରାତିରେ ନିଦ୍ରା ସମସ୍ୟା ହେଉଥାଏ, ତେବେ ଆପଣ ଉଷୁମ କ୍ଷୀର ସେବନ କରିପାରିବେ । ଦିନସାରା ପରିଶ୍ରମ କରି ଥକିଯାଇ ଲୋକମାନେ ରାତି ବେଳା କ୍ଷୀର ପିଇବା ଉଚିତ ।

– ସର୍ବଦା ନଖ ଉଷୁମ କ୍ଷୀର ପିଅନ୍ତୁ । କାରଣ ଉଷୁମ କ୍ଷୀର ସହଜରେ ହଜମ ହୋଇଥାଏ । ଥଣ୍ଡା କ୍ଷୀର ପିଇବା ଅନୁଚିତ ।

Get real time updates directly on you device, subscribe now.