fbpx

ପୃଥିବୀ ଆଡ଼କୁ ଆସୁଛି ବିଶାଳ ଉଲକା ପିଣ୍ଡ, ଶନିବାର ରାତିରେ ହେବ…

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି ପୃଥିବୀକୁ । ଏଇ ଶନିବାର ସେଭଳି ଏକ ବିପଦର ଆଶଙ୍କା କରାଯାଉଛି । ଏକ ବିଶାଳକାୟ ଉଲକା ପିଣ୍ଡ ମାଡ଼ି ଆସୁଛି । ଏହି ଉଲକା ପିଣ୍ଡର ବ୍ୟାସ ୪୫ ହଜାର ଫୁଟ । ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏହି ଉଲକା ପିଣ୍ଡ ଯାହା ସହ ବି ଧକ୍କା ହେବ ବଡ଼ ଧ୍ୱଂସର କାରଣ ପାଲଟିଯିବ ।

ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ୯ ଗୁଣ ଅଧିକ ଦୂରରେ ଉଲକା ପିଣ୍ଡଟି ପୃଥିବୀକୁ ଅତିକ୍ରମ କରିବ । ଏହା ଘଣ୍ଟାପ୍ରତି ୯୪,୨୦୮ କିମି ବେଗରେ ଗତି କରୁଛି । ଏହା ସାମ୍ନାରେ ଯଦି କୌଣସି ଗ୍ରହ କିମ୍ବା ନକ୍ଷତ୍ର ଆସିଲେ ଧ୍ୱଂସ ହୋଇଯିବ । ଏହା ପୃଥିବୀର କିଛି କ୍ଷତି କରିପାରିବନି ବୋଲି ନାସା ପକ୍ଷରୁ କୁହାଯାଇଛି । ତେବେ ୨୦୬୩ରେ ପୁଣି ଏକ ବିଶାଳ ଉଲକା ପିଣ୍ଡ ପୃଥିବୀରେ ମାଡ଼ ହେବା ଆଶଙ୍କା ରହିଥିବା ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନିକଟ ଅତୀତରେ ଏକ ଉଲକା ପିଣ୍ଡ ପୃଥିବୀ ନିକଟ ଦେଇ ଯାଇଥିଲା । ଜୁନ ୨୪ରେ ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଉଲକା ଯାଇଥିଲା ।

Get real time updates directly on you device, subscribe now.