fbpx

କାବୁଲ ଏୟାରପୋର୍ଟରେ ତାଲିବାନିଙ୍କ ଡରରେ ଦଳା ଚକଟା ହୋଇ ପ୍ରାଣ ହରାଇଲେ ୭ ଅଫଗାନ ନାଗରିକ

କାବୁଲ: ଆଫଗାନିସ୍ତାନରେ ତାଲିବାନି ମାନଙ୍କ ଆତଙ୍କ ଜାରି ରହିଛି । ଲୋକମାନେ ଦେଶ ଛାଡ଼ିବାକୁ ଚେଷ୍ଟା କରୁଥିବାରୁ କାବୁଲ ଏୟାରପୋର୍ଟରେ ଲୋକଙ୍କ ଭିଡ଼ କହିଲେ ନସରେ । ଇତି ମଧ୍ୟରେ କାବୁଲରେ ଆତଙ୍କବାଦୀଙ୍କ ତାଣ୍ଡବ ଲୀଳା ଜାରି ରହିଛି । ଏହା ଭିତରେ ପୁଣି କାବୁଲ ବିମାନବନ୍ଦରରେ ପୁଣିଥରେ ଅଫଗାନ୍ ର ସାଧାରଣ ନାଗରିକ ଆହତ ହୋଇଥିବା ଖବର ଆସିଛି। ରବିବାର ଦିନ ବ୍ରିଟେନ୍ ସେନାଙ୍କ ଦ୍ୱାରା ଜାରି ହୋଇଥିବା ବିବୃତ୍ତି ଅନୁଯାୟୀ, ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୌଡା ଦୌଡ଼ି ସମୟରେ ୭ ଜଣ ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।

ସେନା କହିଛନ୍ତି ଯେ, ଏହା ଗୁଳିମାଡ଼ ଦର୍ଶାଉଛି ଯେ ତାଲିବାନ କାବୁରୁ ରକ୍ଷା ପାଇବା ପରେ ଦେଶ ଛାଡି ପଳାଉଥିବା ଲୋକଙ୍କ ପାଇଁ ବିପଦ ରହିଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ବିମାନବନ୍ଦରରେ ପରିସ୍ଥିତି ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଛି, କିନ୍ତୁ ପରିସ୍ଥିତିକୁ ସ୍ୱାଭାବିକ କରିବା ଏବଂ ଲୋକଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଆଣିବା ପାଇଁ ଆମେ ସମସ୍ତ ପ୍ରକାର ଚେଷ୍ଟା କରୁଛୁ।

Get real time updates directly on you device, subscribe now.