fbpx

ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଆଦୌ କରନ୍ତୁ ନି ଏହି ଭୁଲ୍, ନଚେତ୍ ଭୋଗିବେ ୩ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଟ୍ରେନ୍ ରେ ଯାତ୍ରା ସମ୍ପର୍କରେ ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଟ୍ରେନରେ ଅଗ୍ନିକାଣ୍ଡ କିମ୍ବା ଦୁର୍ଘଟଣା ବୃଦ୍ଧି ପାଉଥିବା ଦୃଷ୍ଟିରୁ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛି। ଯାତ୍ରୀମାନଙ୍କ ସୁବିଧା ଏବଂ ନିରାପତ୍ତା ପାଇଁ ରେଳବାଇ ଏହି କଡ଼ା ନିୟମ ଜାରି କରିଛି ।

ରେଳ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଏଥିପାଇଁ ସୂଚନା ଦିଆଯାଇଛି । ରେଳବାଇ ଏକ ଟ୍ୱିଟ ଜରିଆରେ କହିଛି ଯେ, ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ନିଜ ସହିତ କିମ୍ବା ଅନ୍ୟ କାହାକୁ ଜାଳେଣି ସାମଗ୍ରୀ ବହନ କରିବାକୁ ଦେବା ଉଚିତ ନୁହେଁ, ଏହା ଏକ ଦଣ୍ଡନୀୟ ଅପରାଧ। ଏପରି କରିବା ଦ୍ୱାରା ଆଇନଗତ କାର୍ୟ୍ୟାନୁଷ୍ଠାନ ହେବା ସହିତ ଜେଲ୍ ମଧ୍ୟ ହୋଇପାରେ । ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଅନୁଯାୟୀ, ଟ୍ରେନରେ ନିଆଁ ବିସ୍ତାର କରିବା କିମ୍ବା ଜାଳେଣି ସାମଗ୍ରୀ ପରିବହନ କରିବା ରେଳ ଅଧିନିୟମ, ୧୯୮୯ ର ଧାରା ୧୬୪ ଅନୁଯାୟୀ ଦଣ୍ଡନୀୟ ଅଟେ । ଏଥିରେ ତିନି ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ କିମ୍ବା ଜୋରିମାନା ଦେବାକୁ ହେବ । ଏହା ବ୍ୟତୀତ ଏହି ଉଭୟ ଦଣ୍ଡ ମଧ୍ୟ ମିଳିପାରେ ।

ଏହି ପରିପ୍ରେକ୍ଷୀରେ ଲୋକ ମାନେ ନିଜ ସହିତ କୌଣସି ଡବାରେ କିରୋସିନି, ଶୁଖିଲା ଘାସ, ବାଣ ଷ୍ଟୋଭ୍, ପେଟ୍ରୋଲ୍, ଗ୍ୟାସ୍ ସିଲିଣ୍ଡର୍, ମାଚିସ୍ ବା କୌଣସି ପ୍ରକାରର ଜନଳଶୀଳ ପଦାର୍ଥ ନେଇପାରିବେ ନାହିଁ ବା ନେବା ଉଚିତ୍ ବି ନୁହେଁ । ଏହା ବ୍ୟତୀତ ରେଳ ଭିତରେ ଧୁମ୍ରପାନ କରୁଛି ତେବେ ତାକୁ ୩ ବର୍ଷ ଜେଲ୍ ଦଣ୍ଡ ରହିଛି ।

Get real time updates directly on you device, subscribe now.