ନୂଆଦିଲ୍ଲୀ: ଭାରତୀୟ ସେନାରେ ଚାକିରିର ୨୬ ବର୍ଷ ପୂରଣ କରିବା ପରେ ୫ ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦକୁ ପଦୋନ୍ନତି କରାଯାଇଛି । ଭାରତରେ ପ୍ରଥମଥର ପାଇଁ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶରେ ପ୍ରଥମଥର ପାଇଁ ହୋଇଛି କି କୋର ଅଫ୍ ସିଗନାଲ, କୋର ଅଫ୍ ଇଲେକ୍ଟ୍ରୋନିକ୍ ଆଣ୍ଡ ମେକାନିକାଲ ଇଞ୍ଜିନିୟର ବା ଇଏମଇ ଓ କୋର ଅଫ୍ ଇଞ୍ଜିନିୟରଙ୍କ ସହିତ ସର୍ଭିସରେ ରହିଥିବା ମହିଳା ଅଧିକାରୀଙ୍କୁ କର୍ଣ୍ଣେଲ ପଦ ପାଇଁ ମଞ୍ଜୁରୀ ମିଳିଛି । ପ୍ରଥମେ କର୍ଣ୍ଣେଲ ପଦକୁ ପ୍ରମୋସନ କେବଳ ଏଏମସି, ଜେଏଜି ଓ ଏଇସିରେ ମହିଳା ଅଧିକାରୀଙ୍କ ପାଇଁ ଲାଗୁ ହୋଇଥିଲା । ଏହି ନିଷ୍ପତ୍ତି ପରେ ସେନାର ଅଧିକାଂଶ ବ୍ରାଞ୍ଚରେ ମହିଳାଙ୍କ ପାଇଁ ସୁଯୋଗ ଆହୁରି ବଢ଼ିବାର ସମ୍ଭାବନା ରହିଛି ।
ତେବେ ଗତ ସପ୍ତାହରେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିଥିଲେ, ଯେଉଁଥିରେ ମହିଳାଙ୍କୁ ନ୍ୟାସନାଲ ଡିଫେନ୍ସ ଏକାଡେମୀ ବା ଏନଡିଏରେ ପ୍ରବେଶିକା ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି । ପୂର୍ବରୁ କେବଳ ପୁରୁଷମାନେ ହିଁ ଏହି ପରୀକ୍ଷା ଦେଉଥିଲେ ।