ଅଜଣା ଜ୍ୱରରେ ୮ ଶିଶୁଙ୍କ ମୃତ୍ୟୁ, ଗାଁରେ ପହଞ୍ଚିଲେ ଅଧିକାରୀ

ମଥୁରା: ଉତ୍ତରପ୍ରଦେଶରେ ମଥୁରା ସହରରୁ ୩୦ କିଲୋମିଟର ଦୂର ସ୍ଥିତ କୋହ ଗାଁରେ ପ୍ରାୟ ୮ ଜଣ ଶିଶୁ ଅଜଣା ଜ୍ୱରରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ପାଇବା ମାତ୍ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ତଥା ସଦର ଅଞ୍ଚଳର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଚନା ଗୁପ୍ତା ସ୍ୱାସ୍ଥ୍ୟବିଭାଗର ଟିମ୍ ସହିତ ଗାଁରେ ପହଞ୍ଚି ରୋଗୀଙ୍କ ରକ୍ତ ନମୁନା ନେଇଥିଲେ ।

ଗ୍ରାମବାସୀଙ୍କ କହିବା ମୁତାବକ, ଗାଁରେ ଗତ ୮ରୁ ୧୦ ଦିନ ଧରି ଜ୍ୱରର ପ୍ରକୋପ ଦେଖିବାକୁ ମିଳୁଛି । ୪ ଦିନରେ ୮ ଶିଶୁ ଏହି ମାରାତ୍ମକ ଜ୍ୱରରେ ପ୍ରାଣ ହରାଇଛନ୍ତି । ଏନେଇ ଗାଁର ପ୍ରତ୍ୟେକ ରୋଗୀଙ୍କୁ ପରୀକ୍ଷା କରାଯାଉଛି ଓ ନମୁନା ନିଆଯାଉଛି । ରିପୋର୍ଟ ଆସିବା ପରେ ଘଟଣାର ସତ୍ୟ ସାମ୍ନାକୁ ଆସିବ । ସୂଚନା ଦେବା ସତ୍ତ୍ୱେ ପ୍ରଶାସନ ଠିକ୍ ସମୟରେ ପଦକ୍ଷେପ ନେଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।