fbpx

ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ଫଳାଫଳ ୮୦.୮୩% ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା ଫଳାଫଳ । ମୋଟ ୧୫ ହଜାର ୧୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଯେଉଁ ମାନେ ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ରହିଥିଲେ ସେମାନେ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରେଜଲ୍ଟ ଜାଣିବା ପାଇଁ bseodisha.nic.inରେ ଚେକ୍ କରିପାରିବେ । ପରୀକ୍ଷା ଦେଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ସେହପିରି ୧୪୧ ଜଣ ଫେଲ୍ ହୋଇଛନ୍ତି । ପାସ୍ ହୋଇଥିବା ପିଲାଙ୍କ ମଧ୍ୟରେ ପୁଅ ୩୧୦୦ ଜଣ ରହିଥିବା ବେଳେ ଝିଅ ରହିଛନ୍ତି ୨୧୩୩ । ସେହିପରି ଏ୧ ଗ୍ରେଡ୍-୪୨, ଏ୨ ଗ୍ରେଡ୍-୨୫୫ ଏବଂ ବି୧ ଗ୍ରେଡ୍-୩୪୮ ପାଇଛନ୍ତି । ଏଥିସହ ବି୨ ଗ୍ରେଡ୍-୪୫୮, ସି ଗ୍ରେଡ୍- ୫୯୯, ଡି ଗ୍ରେଡ୍-୮୪୬, ଇ ଗ୍ରେଡ୍- ୨୬୮୫ ଜଣ ରଖିଛନ୍ତି ।

Get real time updates directly on you device, subscribe now.