fbpx

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ, ମହାରାଷ୍ଟ୍ର ସରକାର ନେଲେ କଠୋର କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କଲା ମହାରାଷ୍ଟ୍ର ପୋଲିସ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବାକୁ କହିଥିଲେ ନାରାୟଣ ରାଣେ । ଆଗୁଆ ଜାମିନ୍ ଖାରଜ ହେବା ପରେ ଗିରଫ କରିଛି ପୋଲିସ୍ । ମହାରାଷ୍ଟ୍ରରେ ଏପରି ପ୍ରଥମ ଥର ପାଇଁ ହୋଇଛି । ଯେତେବେଳେ କି ଜଣେ କେନ୍ଦ୍ର ମନ୍ତ୍ରୀ ଗିରଫ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟ ସରକାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହା ଭିତରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବି ଖରାପ ହୋଇଯାଇଛି । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିପା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

 

Get real time updates directly on you device, subscribe now.