fbpx

ରାଜଧାନୀରେ ଗାଡ଼ି ଲୁଟିଲେ ନକଲି ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୋଲିସର ପରିଚୟ ଦେଇ ଏକ ଗାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସର ପରିଚୟ ଦେଇ ଲୁଟେରା ମାନେ ଗାଡି ଲୁଟିବା ସହିତ ବ୍ୟବସାୟୀଙ୍କୁ ଅପହରଣ କରି ନେଇଛନ୍ତି । ବିଳମ୍ବିତ ରାତ୍ରିରେ ମାଡମାରି ଲୁଟ କରିବା ପରେ ପିକ ଅପ ଭ୍ୟାନ ସହିତ ୩ ଲୁଟେରା ଚମ୍ପଟ ମାରିଥିବା ଜଣାପଡିଛି । ଚକେଇଶିଆଣି ଅଞ୍ଚଳରୁ ପିକଅପ୍ ଭ୍ୟାନଟିକୁ ଲୁଟ କରାଯାଇଥିବା ବେଳେ ହାଇଟେକ୍ ନିକଟବର୍ତ୍ତୀ ଅଞ୍ଚଳରୁ ପିକଅପ୍ ଭ୍ୟାନଟିକୁ ଜବତ କରାଯାଇଛି । ଏ ନେଇ ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, କୋରାପୁଟରୁ ଆସୁଥିବା ଏକ ଙଊ୦୫ ଇଡ୬୧୨୬ ନମ୍ବର ନମ୍ବର ବିଶିଷ୍ଟ ପିକ-ଅପ ଭ୍ୟାନକୁ ଜୟଦେବ ଵିହାର ନିକଟରେ ନିଜକୁ କିଛି ଦୁର୍ବୃତ୍ତ ନିଜକୁ ସ୍ପେଶାଲ ସ୍କ୍ବାଡର ଇନସ୍ପେକ୍ଟର ଓ ସବ ଇନସ୍ପେକ୍ଟର ବୋଲି ପରିଚୟ ଦେବା ସହ ଗାଡିରେ ଗଞ୍ଜେଇ ଚାଲାଣ ହେଉଛି କହି ଚେକିଂ ପାଇଁ ଅଟକାଇଥିଲେ। ପରେ ଶହୀଦନଗର ଓ ମଞ୍ଚେଶ୍ବର ଥାନାକୁ ଚାଲ କହି ଗାଡିରେ ଡ୍ରାଇଭରକୁ ନେଇ ଚକେଇଶିଆଣି ଆସିଥିଲେ। ସେଠାରେ ଡ୍ରାଇଭରର ପର୍ସରୁ ୧୦ହଜାର ଟଙ୍କା ସହ ମୋବାଇଲ ଛଡାଇନେଇ ଡ୍ରାଇଭରକୁ ମାଡ ମାରି ଗାଡିରୁ ଠେଲି ଦେଇଥିଲେ । ପରେ ଧନିଆ ବୋଝେଇ ପିକ-ଅପକୁ ନେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃତ୍ତ ।
ଆହତ ହୋଇ ରାସ୍ତା କଡରେ ପଡିଥିବା ଡ୍ରାଇଭର ପାଟ୍ରୋଲିଂ କରୁଥିବା ପୋଲିସ ସହାୟତାରେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଡ୍ରାଇଭର ଜଣଙ୍କ କଟକ ଶଙ୍କରପୁର ପ୍ରହଲାଦ ସାହୁ ବୋଲି ଜଣାପଡିଛି । ଏଥିସହ ଜଣେ ଲୁଟେରାର ଟେର ପାଇଥିବାବେଳେ ଵିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Get real time updates directly on you device, subscribe now.